୧୧ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ହେବ କି ? ଜାଣନ୍ତୁ ଟ୍ରାଇର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟର (ଟ୍ରାଇ) ନିକଟରେ ୧୧ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବରକୁ ସୁପାରିଶ କରୁଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି | କର୍ତ୍ତୃପକ୍ଷ କହିଛନ୍ତି ଯେ ମୋବାଇଲ୍ ସଂଖ୍ୟା ୧୧ ଅଙ୍କ ପାଇଁ ସୁପାରିଶ କରାଯାଇନାହିଁ । ବରଂ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ ସେମାନେ ‘0’ ରଖିବାକୁ ପରାମର୍ଶ ଦେଇଛନ୍ତି। ଲ୍ୟାଣ୍ଡ ଲାଇନରୁ ମୋବାଇଲ୍ ନମ୍ବରକୁ କଲ କରିବା ପୂର୍ବରୁ ‘0’ ପ୍ରୟୋଗ କଲେ ୨୫୪୪ ନିୟୁତ ଅତିରିକ୍ତ ନମ୍ବର ସଂଖ୍ୟା ଉତ୍ସ ସୃଷ୍ଟି ହେବ | ଏହି ଉତ୍ସଗୁଡିକ ମାଧ୍ୟମରେ ଭବିଷ୍ୟତର ଆବଶ୍ୟକତା ପୂରଣ ହେବ | ଟ୍ରାଇ ର ସୁପାରିଶ ଅନୁଯାୟୀ ସାରା ଦେଶରେ ୧୦ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବରର ବ୍ୟବସ୍ଥା ଜାରି ରହିବ |

ଏଠାରେ ସୂଚନା ଥାଉ କି ଯେ ଗତ ଦୁଇ ବର୍ଷ ଧରି ୧୧ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ବିଷୟରେ ଖବର ଆସୁଥିଲା | କର୍ତ୍ତୃପକ୍ଷ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସାରା ଦେଶରେ ୧୧ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବରର ବ୍ୟବସ୍ଥା ପାଇଁ ସୁପାରିଶ କରାଯାଇ ନାହିଁ। ଲ୍ୟାଣ୍ଡଲାଇନରୁ କେବଳ ମୋବାଇଲ୍ ନମ୍ବରକୁ କଲ କରିବା ପାଇଁ ନମ୍ବର ପୂର୍ବରୁ ‘0’ ରଖିବାକୁ ପରାମର୍ଶ ଦିଆଯାଇଛି।

ଫିକ୍ସଡ ଲାଇନ ଏବଂ ମୋବାଇଲ୍ ସେବା ପାଇଁ ୟୁନିଫାଏଡ୍ ଏବଂ ସିଙ୍ଗଲ୍ ନମ୍ବରିଂ ସ୍କିମର କୌଣସି ଆବଶ୍ୟକତା ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ବିଭିନ୍ନ ଉପାୟରେ ପର୍ଯ୍ୟାପ୍ତ ସଂଖ୍ୟାକରଣ ସିଷ୍ଟମ୍ ଉତ୍ସଗୁଡିକ ସୃଷ୍ଟି କରାଯାଇପାରେ | ଟ୍ରାଇ କର୍ତ୍ତୃପକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନୂତନ ଜାତୀୟ ସଂଖ୍ୟାକରଣ ଯୋଜନା (NNM) ଶୀଘ୍ର ଜାରି କରାଯିବା ଉଚିତ ଏବଂ ଏଥିପାଇଁ ସେମାନେ ଅବ୍ୟବହୃତ କ୍ଷମତା ମୁକ୍ତ କରି ସ୍ଥାନ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି ଯାହା ଦ୍ୱାରା ମୋବାଇଲ୍ ସେବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ସୃଷ୍ଟି ହୋଇପାରିବ।

ସମ୍ବନ୍ଧିତ ଖବର