ସାଙ୍ଗ ଅପେକ୍ଷା ଶତ୍ରୁ ସୃଷ୍ଟି କରିବାକୁ ଚାଁହୁଥିବା ଚୀନକୁ ମିଳିଲା ପାନେ, ପାକିସ୍ତାନ ଛଡା ଅନ୍ୟ କେଉଁ ଦେଶ ଏବେ ଚୀନଠାରୁ କିଣୁନାହାନ୍ତି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ଚୀନ୍ ସର୍ବଦା ଏକ ସୁପର ପାୱାର୍ ହେବାକୁ ଇଚ୍ଛା ରଖିଛି | ଆଉ ପଡୋଶୀ ଦେଶମାନେ ସର୍ବଦା ଚୀନ୍‌ର ଆକ୍ରମଣାତ୍ମକ ମନୋଭାବ ଉପରେ ନଜର ରଖିଛନ୍ତି | ସେବେଠାରୁ ଅନେକ ଦେଶ ଚାଇନାରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ସାମଗ୍ରୀ ଆମଦାନୀ ହ୍ରାସ କରିବା ଆରମ୍ଭ କରି ଦେଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ପାକିସ୍ତାନ ବ୍ୟତୀତ ଅନ୍ୟ ଦେଶମାନେ ଚୀନ୍‌ର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ କିଣିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ‘ଫରେନ ପଲିସୀ’ର ଏକ ରିପୋର୍ଟ ଅନୁଯାୟୀ, ଗତ ମାସରେ ଫିଲିପାଇନ୍ସରେ ଚୀନ୍‌ର କାର୍ଯ୍ୟକଳାପ ଯୋଗୁଁ ଅନେକ ଦେଶ ଚୀନ୍ ସହ ବ୍ୟବସାୟ କରିବାକୁ ରାଜି ହେଉନାହାନ୍ତି |

ଗତ ମାସରେ, ଚାଇନାର ନୌସେନା ଜାହାଜ ବିନା ଅନୁମତିରେ ଫିଲିପାଇନ୍ସର ଜଳକ୍ଷେତ୍ର ଭିତରକୁ ପ୍ରବେଶ କରିଥିଲା। ସେହିପରି ଲଦାଖରେ ଭାରତ ସହ ସୀମା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଗିଡି ଯାଇଛି। ଭାରତ ଅନ୍ୟ ଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିବାବେଳେ ଚୀନ୍ ଠାରୁ ସାମରିକ ଉପକରଣ କ୍ରୟ କରୁନାହିଁ |

ରିପୋର୍ଟ ଅନୁଯାୟୀ ଚୀନ୍ ନିଜର ଯୁଦ୍ଧ ବିମାନ ବିକ୍ରୟ କରିବାକୁ ଚାହୁଁଛି କିନ୍ତୁ କେବଳ ପାକିସ୍ତାନ ଛଡା ଅନ୍ୟ କେଉଁ ଦେଶ କିଣିବା ପାଇଁ ଆଗ୍ରହ ଦେଖାଉନାହାନ୍ତି | ଗତ ପାଞ୍ଚ ବର୍ଷ ମଧ୍ୟରେ ଇସଲାମାବାଦ ଆମଦାନୀ କରିଥିବା ଅସ୍ତ୍ରଶସ୍ତ୍ରର ୭୪% ଚୀନ୍ ଠାରୁ କିଣିଥିବାବେଳେ ଚୀନ୍‌ର ଏହି ବିଫଳତା ପଛରେ ସବୁଠାରୁ ବଡ କାରଣ ହେଉଛି ଏହାର ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି।

ସମ୍ବନ୍ଧିତ ଖବର