କଟିବନି କେନ୍ଦ୍ର କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ : ଲମ୍ବା ଲକ୍‌ଡାଉନ୍‌ ଯୋଗୁଁ ଦେଶର ଅର୍ଥନୈତିକ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା କାଟ ହେବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅର୍ଥମନ୍ତ୍ରୀ ଆଜି ଖଣ୍ଡନ କରିଛନ୍ତି। ଏମିତି ଦରମା କାଟ କରିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଟ୍ୱିଟ୍‌ରେ ସ୍ପଷ୍ଟ କରିଛନ୍ତି।

ଏପ୍ରିଲ୍‌ ମାସରେ ଏମିତି ଏକ ଟ୍ୱିଟ୍‌ରେ ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ କେନ୍ଦ୍ର ସରକାର ପେନ୍‌ସନଭୋଗୀମାନଙ୍କର ପ୍ରାପ୍ୟରୁ ୨୦% କଟାଯିବା ଖବର ମଧ୍ୟ ‘‘ମିଛ ଓ ଭିତ୍ତିହୀନ’’। ତେଣୁ ଦରମା ବା ପେନ୍‌ସନ୍‌ କାଟ ହେଉନଥିବା ସ୍ପଷ୍ଟ ହେଉଛି। ତେବେ କରୋନା ଭୂତାଣୁ ବିରୋଧୀ ଲଢେଇରେ ଖର୍ଚ ତୁଲାଇବାକୁ ଗତ ମାସରେ କେନ୍ଦ୍ରସରକାର ନିଜର ୫୦ ଲକ୍ଷ ଚାକିରିଆ ଓ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗାଭତ୍ତାକୁ ବନ୍ଦ କରିଦେଇଛନ୍ତି। କାରଣ ମନ୍ତ୍ରାଳୟର ଖର୍ଚ ବିଭାଗ ଏକ ସ୍ମାରକରେ ୧ ଜାନୁଆରି ୨୦୨୦ରୁ ୩୦ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ମହଙ୍ଗାଭତ୍ତା ବନ୍ଦ କରାଗଲା ବୋଲି ଜଣାଇଦେଇଛି।

ସମ୍ବନ୍ଧିତ ଖବର