ସେନା ପାଖରେ ନାହିଁ ପର୍ଯ୍ୟାପ୍ତ ବୁଲେଟପ୍ରୁଫ ଜ୍ୟାକେଟ, ଆବଶ୍ୟକ ୩ ଲକ୍ଷ ଜ୍ୟାକେଟ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଷ୍ଟିଲ ବୁଲେଟର ବ୍ୟବହାର କରୁଛନ୍ତି | ତେବେ ଏହି ବୁଲେଟକୁ ମୁକାବିଲା କରିବା ପାଇଁ ସେନା ପାଖରେ ଆବଶ୍ୟକ ପରିମାଣର ବୁଲେଟପ୍ରୁଫ ଜ୍ୟାକେଟ ନାହିଁ | ଏକଥାକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ |

photo-oneindia

ରାଜନାଥ ରାଜ୍ୟସଭାରେ କହିଛନ୍ତି ଯେ ୨୦୦୯ ମସିହାରେ ୩୫୩୭୬୫ ଜ୍ୟାକେଟର ଆବଶ୍ୟକତା ଥିଲା | ଏଥିମଧ୍ୟରୁ ୧ଲକ୍ଷ ୮୬ ହଜାର ଜ୍ୟାକେଟ ନିର୍ମାଣର ନିର୍ଦ୍ଦେଶ ଦିଆଯାଇଥିଲା |ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ୧୦ ହଜାର ଜ୍ୟାକେଟ ଆସିଯାଇଛି | ଅକ୍ଟୋବର ସୁଦ୍ଧା ଆଉ ୩୭ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଆସିଯିବ | ସେହିପରି ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ଆଉ ୧ ଲକ୍ଷ ୮୬ ହଜାର ଜ୍ୟାକେଟ ମିଳିଯିବ ବୋଲି ରାଜନାଥ କହିଛନ୍ତି |

ନୂଆ ବୁଲେଟପ୍ରୁଫ ଜ୍ୟାକେଟ କିଣିବା ପାଇଁ ଗତ ବର୍ଷ ଏପ୍ରିଲରେ ଅର୍ଡର ଦିଆଯାଇଥିଲା | କିନ୍ତୁ ଏ ଯାଏଁ ସେନାକୁ ୧୦ ହଜାର ବୁଲେଟପ୍ରୁଫ ଜ୍ୟାକେଟ ହିଁ ମିଳିପାରିଛି | ତେବେ ସେନାକୁ ତିନି ଲକ୍ଷ ବୁଲେଟପ୍ରୁଫ ଜ୍ୟାକେଟର ଆବଶ୍ୟକତା ରହିଛି | ଗତମାସ ଅନନ୍ତନାଗରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଷ୍ଟିଲ ବୁଲେଟ ମାଧ୍ୟମରେ ଆକ୍ରମଣ କରିଥିଲେ | ଯାଞ୍ଚ ସମୟରେ ଜଣାପଡିଥିଲା ଯେ ଷ୍ଟିଲ ବୁଲେଟ କିଛି ଯବାନଙ୍କର ବୁଲେଟପ୍ରୁଫ ଜ୍ୟାକେଟକୁ ମଧ୍ୟ ଭେଦ କରିଦେଇଥିଲା | ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ଅନେକ ବଡ ଆତଙ୍କବାଦୀରେ ଆକ୍ରମଣରେ ଷ୍ଟିଲ ବୁଲେଟର ବ୍ୟବହାର କରୁଛି |

ସମ୍ବନ୍ଧିତ ଖବର