ନୋବେଲ୍‌ ପୁରସ୍କାରପ୍ରାପ୍ତ ଭାରତୀୟ ବଂଶୋଦ୍ଭବ ଲେଖକ ବିଦ୍ୟାଧର ସୁରଜପ୍ରସାଦ ନାଇପଲ୍‌ଙ୍କ ପରଲୋକ

ଲଣ୍ଡନ : ନୋବେଲ୍‌ ପୁରସ୍କାରପ୍ରାପ୍ତ ଭାରତୀୟ ବଂଶୋଦ୍ଭବ ଲେଖକ ବିଦ୍ୟାଧର ସୁରଜପ୍ରସାଦ ନାଇପଲ୍‌ଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଲଣ୍ଡନସ୍ଥିତ ତାଙ୍କ ବାସଭବନରେ ନାଇପଲ୍‌ ଶେଷନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ନାଇପଲ୍‌ ୧୯୩୨ ଅଗଷ୍ଟ ୧୭ରେ ତ୍ରିନିଦାଦରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ପରେ ଇଂଲଣ୍ଡ ଚାଲିଆସିଥିଲେ। ‘ଏ ବ୍ଲେଣ୍ଡ୍‌ ଇନ୍‌ ଦ ରିଭର’ ଏବଂ ‘ଏ ହାଉସ୍‌ ଫର୍‌ ମିଷ୍ଟର ବିଶ୍ୱାସ’ ଭଳି ଉପନ୍ୟାସ ତାଙ୍କୁ ଲୋକପ୍ରିୟ କରାଇଥିଲା। ୧୯୭୧ରେ ତାଙ୍କୁ ବୁକର୍‌ ପୁରସ୍କାର ମିଳିଥିଲା। ୨୦୦୧ରେ ତାଙ୍କୁ ନୋବେଲ୍‌ ପୁରସ୍କାର ମିଳିଥିଲା। ୧୯୯୦ରେ ବ୍ରିଟେନ୍‌ ସରକାର ତାଙ୍କୁ ‘ନାଇଟ୍‌’ ଉପାଧି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର