ତଥାପି ବୋମା ପାଇଁ ଇନ୍ଧନ ତିଆରି କରୁଛି ଉତ୍ତର କୋରିଆ: ମାଇକ୍‌ ପମ୍ପେଓ

ଓ୍ଵାସିଂଟନ୍‌: ପାରମାଣବିକ ଅସ୍ତ୍ରଶସ୍ତ୍ର ହଟାଇବାକୁ ହଲପ୍‌ କରିବା ସତ୍ତ୍ୱେ ଉତ୍ତର କୋରିଆ ଆଣବିକ ବୋମା ପାଇଁ ପାରମାଣବିକ ଉପାଦନ ଉତ୍ପାଦନ କରିଚାଲିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପେଓ ବୁଧବାର ଦିନ କହିଛନ୍ତି।

ଏକ ବୈଦେଶିକ ସମ୍ପର୍କ ସିନେଟ୍‌ କମିଟିର ଶୁଣାଣିରେ ଏ କଥା ସତ କି, ବୋଲି ପଚରାଯିବାରୁ ପମ୍ପେଓ ସିନେଟର୍‌ ଏଡ୍‌ ମାର୍କିଙ୍କୁ ଉତ୍ତର ଦେଇ କହିଲେ: ହଁ, ସେ କଥା ସତ… ହଁ. ସେମାନେ ପାରମାଣବିକ ଉପାଦାନ ଉତ୍ପାଦନ କରିଚାଲିଛନ୍ତି।

ଉତ୍ତର କୋରିଆ ବୁଡ଼ାଜାହାଜରୁ ଛଡ଼ା ଯିବା ପରି ବାଲିଷ୍ଟିକ୍‌ ମିସାଇଲ୍‌ ନିର୍ମାଣ ଚାଲୁ ରଖିଛି ନା ଯଥାରୀତି ତା’ର ପାରମାଣବିକ କାର୍ଯ୍ୟକ୍ରମ ଆଗେଇ ନେଉଛି ବୋଲି ପଚରାଯିବାରୁ ପମ୍ପେଓ ଜବାବ ଦେବାକୁ ମନା କରି ଦେଇଥିଲେ।

ସେ କହିଲେ କି, ପାରମାଣବିକ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବା ନିମନ୍ତେ ଉତ୍ତର କୋରିଆକୁ ବୁଝାଶୁଝା କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ‘ଶାନ୍ତିପୂର୍ଣ୍ଣ କୂଟନୀତି’ରେ ବ୍ୟସ୍ତ ଥିଲା, କିନ୍ତୁ ଏ ପ୍ରକ୍ରିୟାକୁ ଅନ୍ତହୀନ ଭାବେ ଚଳାଇ ଦେବ ନାହିଁ।

ଜୁଲାଇ ୫ ରୁ ୭ ନିଜର ଉତ୍ତର କୋରିଆ ଗସ୍ତ ସଂକ୍ରାନ୍ତରେ ଚୁମ୍ବକେ କହିବାକୁ ଯାଇ ପମ୍ପେଓ କହିଲେ ଯେ ଉତ୍ତର କୋରିଆର ନେତା କିମ୍‌ ୟୋଙ୍ଗ୍‌ ଚୋଲ୍‌ଙ୍କ ସହ ଏ ସଂକ୍ରାନ୍ତରେ ଗୁରୁତ୍ୱର ସହ ଫଳପ୍ରଦ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର