ଖେଳ ହେଲା କାଳ: ଉତ୍ତର କୋରିଆରେ ‘ସ୍କୁଇଡ୍ ଗେମ୍’ ବିକ୍ରେତାଙ୍କୁ ମୃତ୍ୟୁଦଣ୍ଡ; କିଣିଥିବା ପିଲାକୁ ଆଜୀବନ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ: ‘ନେଟ୍‌ଫ୍ଲିକ୍ସ୍‌ ସିରିଜ୍‌’ର ‘ସ୍କୁଇଡ୍‌ ଗେମ୍‌’ ବିକ୍ରୟ କରୁଥିବା ଜଣେ ଉତ୍ତର‌ କୋରୀୟ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ‘ଫାଇରିଙ୍ଗ୍‌ ସ୍କ୍ବାଡ୍‌’ ତାଙ୍କୁ ହତ୍ୟା କରିବେ। ଯେଉଁମାନେ ବେଆଇନ ଭାବେ ଉକ୍ତ ‘ସ୍କୁଇଡ୍‌ ଗେମ୍‌ ସୋ’ ଦେଖୁଥିଲେ, ସେମାନଙ୍କୁ ଜେଲ୍‌ ଓ କଠିନ ଶ୍ରମ ଭଳି ଦଣ୍ଡାଦେଶ ଦିଆଯାଇଛି।

‘ରେଡିଓ ଫ୍ରି’ ଏସିଆ’ ରିପୋର୍ଟ କରିଛି ଯେ, ଚୀନ୍‌ରେ ଜଣେ ଚୋରା ଚାଲାଣକାରୀ ଉକ୍ତ ଗେମ୍‌ ସୋ’ର ଗୋଟାଏ କପି ସଂଗ୍ରହ କରି ଉତ୍ତର କୋରିଆକୁ ଆଣିଥିଲେ। ‘ୟୁଏସ୍‌ବି ଫ୍ଲାସ୍‌ ଡ୍ରାଇଭ୍‌’ରେ ସେ ଉକ୍ତ ସୋ’ର କପି ସବୁ ବିକ୍ରୟ କରୁଥିଲେ ବୋଲି ଅଭିଯୋଗ ‌ହୋଇଥିଲା। ବିପୁଳ ଅର୍ଥରାଶି ପୁରସ୍କାର ଜିଣିବା ଆଶାରେ ଦଳେ ବ୍ୟାକୁଳିତ ଲୋକେ କେମିତି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ରହସ୍ୟମୟ ଖେଳ ଖେଳିବାକୁ ‘ସାଇନ୍‌ ଅପ୍’ କରିଛନ୍ତି, ତାହା ୯ ଅଧ୍ୟାୟବିଶିଷ୍ଟ ‘ସ୍କୁଇଡ୍‌ ଗେମ୍‌’ରେ ବର୍ଣ୍ଣିତ।

Image Courtesy of Teen Vogue

ପ୍ରାପ୍ତ ସୂଚନା ଅନୁସାରେ, ‘ସ୍କୁଇଡ୍‌ ଗେମ୍‌’ ଥିବା ଗୋଟାଏ ‘ଫ୍ଲାସ୍‌ ଡ୍ରାଇଭ୍’ କିଣିଥିବା ଜଣେ ଛାତ୍ରଙ୍କୁ ଯାବଜ୍ଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଏହି ସୋ’ ଦେଖୁଥିବା ଅନ୍ୟ ୬ଜଣଙ୍କୁ ୫ ବର୍ଷ ପାଇଁ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। କର୍ତ୍ତବ୍ୟରେ ଖିଲାପ କରିଥିବା ଦର୍ଶାଇଉକ୍ତ ପିଲାମାନେ ପଢୁଥିବା ସେ ସ୍କୁଲ୍‌ ଶିକ୍ଷକ ଏବଂ ପ୍ରଶାସକମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇ ଖଣିରେ କାମ କରିବାକୁ ପଠାଇ ଦିଆଯାଇଛି।

ଗତ ସପ୍ତାହରେ ଉକ୍ତ ହାଇସ୍କୁଲ୍‌ ଛାତ୍ରଜଣକ ଦକ୍ଷିଣ କୋରୀୟ ଡ୍ରାମା ‘ସ୍କୁଇଡ୍‌ ଗେମ୍‌’ ଥିବା ‘ୟୁଏସ୍‌ବି ଫ୍ଲାସ୍‌ ଡ୍ରାଇଭ୍‌’ ଗୁପ୍ତରେ ଖରିଦ କରି ଶ୍ରେଣୀରେ ତା’ର ଜଣେ ପରମ ବନ୍ଧୁ ସହ ଦେଖୁଥିଲା ବୋଲି ଆଇନ ପ୍ରବର୍ତ୍ତନରୁ ଜଣେ ‘ଆର୍‌ଏଫ୍‌ଏ’ର ‘କୋରିଆନ୍‌ ସର୍ଭିସ୍‌’କୁ କହିଛି। ଏହାପରେ ଦୁଇ ସାଙ୍ଗ ଅନ୍ୟ କେତେଜଣ ଛାତ୍ରଙ୍କୁ ଏକଥା କହିବାରୁ ସେମାନେ ଆଗ୍ରହୀ ହୋଇ ଆପଣା ମଧ୍ୟରେ ‘ଫ୍ଲାସ୍‌ ଡ୍ରାଇଭ୍‌’ ସେୟାର୍‌ କରିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ‘୧୦୯ ସାଙ୍ଗ୍‌ମୁ’ ସେନ୍ସର୍‌ ସେମାନଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର