ନିର୍ବାଚନ କମିସନ ଜାରି କଲେ ସମୟସୂଚୀ : ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ୨୫ରୁ ଆରମ୍ଭ ହୋଇ ଜୁଲାଇ ୯ରେ ଶେଷ ହେବ
ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ସମୟସୂଚୀ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନିର୍ବାଚନ ପାଇଁ ମନୋନୟନ ପତ୍ର ଆସନ୍ତାକାଲିଠାରୁ ଜାରୀ କରାଯିବ। ଜୁନ୍ ୨୫ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ତା’ପର ଦିନ ଅର୍ଥାତ୍ ଜୁନ୍ ୨୬ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁନ୍ ୨୮ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ।
ଭୋଟଗ୍ରହଣ ଜୁଲାଇ ୫ ତାରିଖ ଦିନ ବିଧାନସଭା ପରିସରରେ ସକାଳ ୯ଟା ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଦିନ ଅପରାହ୍ଣ ୫ଟା ବେଳେ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ପ୍ରକ୍ରିୟା ଜୁଲାଇ ୯ ତାରିଖ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣାଇଛନ୍ତି।
ପ୍ରତାପ ଦେବ , ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିବାରୁ ତିନୋଟି ଆସନ ଖାଲି ପଡ଼ିଛି।