ଆଶ୍ଚର୍ଯ୍ୟ ହେଲେ ବି ସତ! ୪୦ ବର୍ଷ ପୂର୍ବେ ଔପନ୍ୟାସିକ ଡିନ୍ କୁଞ୍ଜ ତାଙ୍କର ଉପନ୍ୟାସ ‘ଦ ଆଇଜ୍ ଅଫ୍ ଡାର୍କନେସ’ରେ ଉଲ୍ଲେଖ କରିଥିଲେ କରୋନା ଭାଇରସ୍ର କଥା…
ବେଜିଂ: ସଂପ୍ରତି କରୋନା ଭାଇରସ୍ କେବଳ ମାତ୍ର ଚୀନ୍ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଚୀନ୍ର ଉହାନ ସହରକୁ ଏବେ କରୋନା ଭାଇରସ୍ର ଏନ୍ତୁଡ଼ିଶାଳ ବୋଲି କୁହାଯାଉଛି। କାରଣ, କରୋନା ଭାଇରସ୍ ସର୍ବ ପ୍ରଥମେ ଏଇ ଉହାନ୍ରେ ପ୍ରକଟ ହେବା ସହ ପରବର୍ତ୍ତୀ ସମୟରେ ଅନ୍ୟ ଆଡ଼କୁ ନିଜର କାୟା ବିସ୍ତାର କରିଥିଲା।
ଆଜି ସୁଦ୍ଧା କରୋନା ଭାଇାସ୍ରେ ଆକ୍ରାନ୍ତ ହୋଇ କେବଳ ମାତ୍ର ଚୀନ୍ରେ ୧୭୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ଏବେ ସୁଦ୍ଧା ବିଶ୍ୱର ଅନ୍ୟ ୨୫ଟି ରାଷ୍ଟ୍ରକୁ ବ୍ୟାପିଗଲାଣି ଏହି ଭୟାନକ କରୋନା ଭାଇରସ୍।
Sambad is now on WhatsApp
Join and get latest news updates delivered to you via WhatsApp
It’s a strange world we live in.#coronavirus #COVID19 #Wuhan pic.twitter.com/WkjbK4zGaW
— Darren of Plymouth 🇬🇧 (@DarrenPlymouth) February 16, 2020
ତେବେ, ଆପଣ କ’ଣ ଜାଣିଛନ୍ତି ଆଜକୁ ୪୦ ବର୍ଷ ପୂର୍ବେ ଜଣେ ଔପନ୍ୟାସିକ ତାଙ୍କର ଏକ ଉପନ୍ୟାସରେ ଏହି ଭୟାନକ ଉହାନ ଭାଇରସ୍ (କରୋନା ଭାଇରସ୍) ସଂପର୍କରେ ଉଲ୍ଲେଖ କରିଥିଲେ। ଆଜ୍ଞା ହଁ! ଶୁଣିବାକୁ ଆଶ୍ଚର୍ଯ୍ୟ ମନେ ହେଉଥିଲେ ହେଁ ଏହା ସଂପୂର୍ଣ୍ଣ ସତ୍ୟ। ଔପନ୍ୟାସିକ ଡିନ୍ କୁଞ୍ଜ ବିଗତ ୧୯୮୧ରେ ରଚନା କରିଥିବା ତାଙ୍କର ଏକ କାଲ୍ପନିକ ଥ୍ରିଲର ଉପନ୍ୟାସ ‘ଦ ଆଇଜ୍ ଅଫ୍ ଡାର୍କନେସ’ରେ ଏହି ଭାଇରସ୍ ସଂପର୍କରେ ଉଲ୍ଲେଖ କରିବା ସହ ଏହାର ନାମକରଣ ଉହାନ-୪୦୦ ବୋଲି କରିଥିଲେ। ଔପନ୍ୟାସିକ ଡିନ୍ ଏହି ଭାଇରସ୍ ଉହାନ୍-୪୦୦କୁ ଏକ ଅସ୍ତ୍ର ରୂପେ ଏକ ପରୀକ୍ଷାଗାରରେ ପ୍ରସ୍ତୁତ କରିଥିଲେ।
Weird right. #coronavirus #COVID19 https://t.co/q3VFRv1SSm
— Darren of Plymouth 🇬🇧 (@DarrenPlymouth) February 16, 2020
ଏ ଘଟଣା ଏବେ ଜଣାପଡ଼ିବା ପରେ ସତ୍ ସାହିତ୍ୟିକମାନେ ଯେ ଭବିଷ୍ୟଦ୍ରଷ୍ଟା ଏକଥା ଆଉଥରେ ପ୍ରମାଣିତ ହୋଇଯାଇଛି। ଏବଂ ଔପନ୍ୟାସିକ ଡିନ୍ କୁଞ୍ଜଙ୍କ ଦ୍ୱାରା ବିଗତ ୧୯୮୧ରେ ରଚିତ ଏହି କାଲ୍ପନିକ ଥ୍ରିଲର ଉପନ୍ୟାସ ‘ଦ ଆଇଜ୍ ଅଫ୍ ଡାର୍କନେସ’କୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଇଣ୍ଟରନେଟରେ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି।
That novel came out back in 1981!!! pic.twitter.com/GzCEC3FpcK
— Hendon Gooner (@HendonGooner) February 16, 2020