ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥଲେର୍‌ଙ୍କୁ ନୋବେଲ ଅର୍ଥନୀତି ପୁରସ୍କାର

ଷ୍ଟକ୍‌ହୋମ୍‌: ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥଲେର ୨୦୧୭ ଲାଗି ଅର୍ଥନୀତିରେ ନୋବେଲ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ବ୍ୟାବହାରିକ ଅର୍ଥନୀତି କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ରୟାଲ ସ୍ୱିଡିଶ୍‌ ଏକାଡେମି ରିଚାର୍ଡଙ୍କୁ ଏହି ପୁରସ୍କାର ଲାଗି ମନୋନୟନ କରିଛି। ଏକାଡେମି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି କି ରିଚାର୍ଡ ଥଲେରଙ୍କ ଅବଦାନ ଫଳରେ ବ୍ୟକ୍ତିଗତ ନିଷ୍ପତ୍ତି ଗ୍ରହଣରେ ଅର୍ଥନୀତି ଓ ମନୋବିଜ୍ଞାନ ମଧ୍ୟରେ ସେ ଏକ ସେତୁ ନିର୍ମିତ କରିପାରିଛନ୍ତି। ପୁରସ୍କାର ବାବତକୁ ଅର୍ଥନୀତିଜ୍ଞ ଥଲେର ୧.୧ ମିଲିୟନ ଆମେରିକୀୟ ଡଲାର୍‌ ପାଇବେ।

ସମ୍ବନ୍ଧିତ ଖବର