ଲକ୍‌ଡାଉନ୍‌ ସତ୍ତ୍ୱେ ଏନପିକେ ସାର ‘ସୁଫଳା’ ବିକ୍ରିରେ ୩୫% ବୃଦ୍ଧି

ନୂଆଦିଲ୍ଲୀ :ଲକ୍‌ଡାଉନ୍‌ ସତ୍ତ୍ୱେ ଭାରତ ସରକାରଙ୍କ ସାର ଓ ରସାୟନ ମନ୍ତ୍ରାଳୟ ଅଧୀନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଷ୍ଟ୍ରୀୟ କେମିକଲ୍ସ ଫର୍ଟିଲାଇଜର୍ସ (ଆରସିଏଫ) ଲିମିଟେଡ ଏନପିକେ ସାର ସୁଫଳା ବିକ୍ରିରେ ଗତ ବର୍ଷ ତୁଳନାରେ ୩୫.୪୭ ପ୍ରତିଶତ ବୃଦ୍ଧି ହାସଲ କରିଛି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡ଼ା କୃଷିର ପୋଷକ ଉପାଦାନ ଆବଶ୍ୟକତା ପୂରଣ କରିବା ଲାଗି ଆରସିଏଫକୁ ଅଭିନନ୍ଦନ ଜଣାଇଛନ୍ତି। ଆରସିଏଫର ସିଏମଡି ଶ୍ରୀ ଏସସି ମୁଦଗେରିକର ଏକ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ ଏହି କଠିନ ସମୟରେ, ଆରସିଏଫ ପକ୍ଷରୁ ମହାରାଷ୍ଟ୍ର କୃଷି ବିଭାଗ ସହାୟତାରେ କୃଷକମାନଙ୍କୁ ନିରନ୍ତର ସାର ଯୋଗାଇ ଦେଇଛି। ଆରସିଏଫର ଟ୍ରମ୍ବେ ୟୁନିଟ ୬.୧୭୮ ଏମ୍‌କେସିଏଏଲ/ଏମଟି ସହିତ ଇନ୍ଧନ ଦକ୍ଷତାରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି।

ଆରସିଏଫ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ୮୩.୫୬ ଲକ୍ଷ ଟଙ୍କା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮୩.୫୦ ଲକ୍ଷ ଟଙ୍କାର ଅର୍ଥଦାନ କରିଛି। ଏହି ଉଦ୍ୟୋଗର କର୍ମଚାରୀମାନେ ଉପରୋକ୍ତ କାର୍ଯ୍ୟ ଲାଗି ଦିନକର ବେତନ ବି ଦାନ କରିଛନ୍ତି। ଏହା କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ ଅଧୀନରେ ୫୦ ଲକ୍ଷ ଟଙ୍କା ଠାରୁ ଭିନ୍ନ। ଆରସିଏଫ ଏକ “ମିନି ରତ୍ନ” ଉଦ୍ୟୋଗ, ଯାହା ଦେଶରେ ସାର ଓ ରସାୟନର ପ୍ରମୁଖ ଉତ୍ପାଦନକାରୀ। ଏହି କମ୍ପାନୀ ୟୁରିଆ, କମ୍ପ୍ଲେକ୍ସ ସାର, ଜୈବିକ ସାର, ସୂକ୍ଷ୍ମ ସାର-ତତ୍ତ୍ୱ, ପାଣିରେ ମିଶୁଥିବା ସାର, ମୃତ୍ତିକା ସ୍ୱାସ୍ଥ୍ୟବର୍ଦ୍ଧକ (କଣ୍ଡିସନର) ଏବଂ ଅନ୍ୟ ପ୍ରକାରର ଔଦ୍ୟୋଗିକ ସାର ପ୍ରସ୍ତୁତ କରିଥାଏ।

ସମ୍ବନ୍ଧିତ ଖବର