ଛତିଶଗଡ଼-ଓଡ଼ିଶା ସୀମାରେ ଏନ୍‌ଟିପିସି ପାଓ୍ୱାର ପ୍ଲାଣ୍ଟ ପ୍ରଦୂଷଣ ମାମଲା : ହସ୍ତକ୍ଷେପ ଲୋଡିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ : ଛତିଶଗଡ଼ ଓ ଓଡ଼ିଶା ସୀମାରେ ଏନ୍‌ଟିପିସିର ମେଗା ପାଓ୍ୱାର ପ୍ଲାଣ୍ଟ ଯୋଗୁଁ ୫୦ଟି ଗାଁରେ ବ୍ୟାପକ ପରିବେଶ ପ୍ରଦୂଷଣ ହେଉଛି। ପିଇବା ପାଣି ଦୂଷିତ ହେଉଛି ତଥା କୃଷି ମଧ୍ୟ ପ୍ରଭାବିତ ହେଉଛି ବୋଲି ଆଜି ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କୋଇଲା, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରି ଏନ୍.ଟି.ପିସି. କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସରାକରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ପ୍ରତି ଗାଁର ଗ୍ରାମସଭା ଦ୍ବାରା ପାଵାର ପ୍ଲାଣ୍ଟ ସ୍ଥାପନାକୁ ନେଇ ବିରୋଧ କରାଯାଇଥିଲା। ଏନ୍.ଟି.ପି.ସି ଦ୍ବାରା ପ୍ରଭାବିତ ଗ୍ରାମବାସୀଙ୍କୁ ନିଯୁକ୍ତି ଦିଆଯିବା ସହିତ ଆଖପାଖ ଅଞ୍ଚଳର ବିକାଶ ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଜଣକୁ ମଧ୍ୟ ନିଯୁକ୍ତି ଦିଆଗଲା ନାହିଁ କିମ୍ବା ବିକାଶ କାର୍ଯ୍ୟ ହାତକୁ ନିଆଗଲା ନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ କୋଲମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି, ଯାହା କୌଣସି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ।

ସମ୍ବନ୍ଧିତ ଖବର