ନର୍ସ, ଡେଣ୍ଟିଷ୍ଟମାନଙ୍କୁ ଏମବିବିଏସର ଲାଟେରାଲ ଏଣ୍ଟ୍ରି ସୁଯୋଗ ମିଳିପାରେ !

ନୂଆଦିଲ୍ଲୀ : ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚିଠା ଜାତୀୟ ଶିକ୍ଷାନୀତିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ହିନ୍ଦୀଭାଷାକୁ ୩ୟ ଭାଷା ଭାବେ ବ୍ୟବହାର ପ୍ରସ୍ତାବକୁ ତାମିଲନାଡୁରେ ପ୍ରବଳ ବିରୋଧ କରାଯିବା ପରେ ସରକାର ଏହି ବିବାଦୀୟ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛନ୍ତି ।
ତେବେ ଏହି ଚିଠା ଜାତୀୟ ଶିକ୍ଷାନୀତିରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଗୁଡ଼ିକ ଲାଗୁ ହେଲେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ରୂପ ବଦଳିଯିବ ।

ଏପରି ଏକ ନିଆରା ପ୍ରସ୍ତାବ ହେଉଛି ନର୍ସିଂ ଓ ଡେଣ୍ଟାଲ ଗ୍ରାଜୁଏଟ୍‌ ମାନଙ୍କୁ ଲଟେରାଲ ଏଣ୍ଟ୍ରିଭାବେ ଏମବିବିଏସ କୋର୍ସରେ ଭର୍ତ୍ତି ହେବାର ସୁଯୋଗ ଦେବା । ତେବେ ଏଥିପାଇଁ ସେମାନଙ୍କୁ ଏକ ବର୍ଷିଆ ବା ଦୁଇ ବର୍ଷିଆ ଫାଉଣ୍ଡେସନ କୋର୍ସ କରିବାକୁ ପଡିବ । ତେବେ ଏହି ଲାଟେରାଲ ଏଣ୍ଟ୍ରିର ଅର୍ଥ ଏହା ନୁହେଁ ଯେ ସେମାନଙ୍କୁ ଏଣ୍ଟ୍ରାନ୍ସ ଦେବାକୁ ପଡିବ ନାହିଁ ।
ନର୍ସ ଓ ଡେଣ୍ଟିଷ୍ଟମାନଙ୍କୁ ଡାକ୍ତରୀ ପାଠ୍ୟକ୍ରମରେ ଲାଟେରାଲ ଏଣ୍ଟ୍ରି ବ୍ୟବସ୍ଥା ବିଶ୍ୱର କେତେକ ବିକଶିତ ଦେଶ ଯେପରିକି ଆମେରିକା ଓ ବ୍ରିଟେନରେ ପ୍ରଚଳିତ ଅଛି ।

ସମ୍ବନ୍ଧିତ ଖବର