ରାଷ୍ଟ୍ରପତି ଭବନରୁ ଶପଥ ନେଉଛନ୍ତି ନୂଆ ମନ୍ତ୍ରୀ, ରାଷ୍ଟ୍ରପତି, ମୋଦୀଙ୍କ ସହ ଅନ୍ୟ ନେତା ଉପସ୍ଥିତ

ଅଶ୍ୱିନୀ ବୈଷ୍ଣବ ମଧ୍ୟ ନେଲେ ଶପଥ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ନୂଆ ମନ୍ତ୍ରୀ | ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନବାଲ, ବୀରେନ୍ଦ୍ର କୁମାର, ନାରାୟଣ ରାଣେ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି |

Photo-ANI

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି | ସୂଚନା ଥାଉ କି ଆଜି ୪୩ ଜଣ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି |

ସମ୍ବନ୍ଧିତ ଖବର