କରୋନା ଆକ୍ରାନ୍ତ ହେଲେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଥିବା ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ୍ କାନ୍ତ ପାଣ୍ଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜ ଘରେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ମିଳିଛି |

sambadenglish

ଆଇଏଏସ୍ ଅଧିକାରୀ ପାଣ୍ଡେଙ୍କ ଶରୀରରେ ସାମାନ୍ୟ ଜ୍ୱରର ଲକ୍ଷଣ ଦେଖାଯିବ ପରେ ସେ ନିଜର କୋଭିଡ-୧୯ ପରୀକ୍ଷା କରାଇଥିଲେ | ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜକୁ ସଙ୍ଗରୋଧ କରିଛନ୍ତି | ତେବେ ଆଇଏଏସ୍ ଅଧିକାରୀ ପାଣ୍ଡେ କରୋନା ଆକ୍ରାନ୍ତ ଜଣାପଡ଼ିବା  ପରେ ବିନିଯୋଗ ଏବଂ ସର୍ବସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ଯୁଗ୍ମ ସଚିବମାନେ ମଧ୍ୟ ନିଜକୁ ସଙ୍ଗରୋଧ କରିଥିବା ସୂଚନା ମିଳିଛି। ଏହା ସହ ନୂଆଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ବିଭିନ୍ନ ବିଭାଗକୁ ସାନିଟାଇଜ କରିବା  ପାଇଁ ସିଲ୍ କରାଯାଇଛି। କରୋନା ଆକ୍ରାନ୍ତ ଥିବା ଜଣା ପଡିବା ପୂର୍ବରୁ ପାଣ୍ଡେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଅନୁସନ୍ଧାନ ଜାରି ରହିଛି | ଏହା ପ୍ରଥମ ନୁହେଁ, ପାଣ୍ଡେଙ୍କ ପୂର୍ବରୁ ବିଭାଗର ଅନ୍ୟ ଦୁଇ ଜଣ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର