ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୧୦ ବୈଷୟିକ କର୍ମଚାରୀ ପଦବି ଖାଲି ପଡ଼ିଛି

ନୂଆଦିଲ୍ଲୀ : ଦେଶର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ୨୦୨୨-୨୩ ବର୍ଷରେ ମୋଟ ୨୧୮୦ଟି ବୈଷୟିକ କର୍ମଚାରୀ ପଦବି ଖାଲି ପଡ଼ିଛି। ଏଥିରୁ ‌କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୧୦ଟି ପଦବି ଖାଲି ରହିଛି। ବିଜେଡି ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ ସୁଭାଷ ସରକାର ସୂଚନା ଦେଇଛନ୍ତି। ରାଜ୍ୟ ଅନୁଯାୟୀ ଦେଖିଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସର୍ବାଧିକ ୫୧୪ଟି ବୈଷୟିକ କର୍ମଚାରୀ ପଦବି ଖାଲି ପଡ଼ିଛି। ଏହା ପଛକୁ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ୨୮୭ଟି ଏବଂ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ୨୬୯ଟି ବୈଷୟିକ ପଦବିରେ କର୍ମଚାରୀ ନାହାନ୍ତି। ତେବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ୮୭ଟି ଶିକ୍ଷକ ଏବଂ ୯୫ଟି ଅଣଶିକ୍ଷକ ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର