ଓଡ଼ିଶା ଗଣଶିକ୍ଷା ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଦିଲ୍ଲୀ ଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦିଲ୍ଲୀ ସରକାରଙ୍କ ଦ୍ବାରା ଆୟୋଜିତ ହାପିନେସ୍‌ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀର ବିଭିନ୍ନ ସରକାରୀ ସ୍କୁଲ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆଙ୍କ ସହିତ ସେ ଆଜି ବିନୋଦନଗର ସ୍ଥିତ ସର୍ବୋଦୟ କନ୍ୟା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗତବର୍ଷ ଦିଲ୍ଲୀରେ ଆଧ୍ୟାତ୍ମିକ ଗୁରୁ ଦଲାଇଲାମା ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଲାମାନେ ବିଦ୍ୟାଳୟ ପ୍ରତି ବେଶୀ ଆକୃଷ୍ଟ ହେବେ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି। ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମୀର ଦାସ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ୩୧ ତାରିଖରେ ଦିଲ୍ଲୀ ସରକାରଙ୍କ ହାପିନେସ୍ ଉତ୍ସବରେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଓଡ଼ିଶା ଫେରିଯିବେ।

ସମ୍ବନ୍ଧିତ ଖବର