୫୦୦ ଟଙ୍କା ପାଇଁ କଳି: ଚୁଟି ଟାଣିବା ସହ ପରସ୍ପରକୁ ବିଧା-ଗୋଇଠା ମାରିଲେ ୨ ମହିଳା ସ୍ୱାସ୍ଥ୍ୟକର୍ମୀ

ପାଟନା: ୫୦୦ ଟଙ୍କା ପାଇଁ କଳି | ଚୁଟି ଟାଣିବା ସହ ପରସ୍ପରକୁ ବିଧା-ଗୋଇଠା ମାରିଲେ ୨ ମହିଳା ସ୍ୱାସ୍ଥ୍ୟକର୍ମୀ | ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବିହାରର ଜାମୁଇ ଜିଲ୍ଲାରେ | ୫୦୦ଟଙ୍କା ପାଇଁ ୨ ମହିଳା ସ୍ୱାସ୍ଥ୍ୟକର୍ମୀ ଏଭଳି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଏହି ଘଟଣାର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ୨ ମହିଳା ସ୍ୱାସ୍ଥ୍ୟକର୍ମୀ ପରସ୍ପରକୁ ମାଡ଼ ମାରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି |

ସୂଚନା ମୁତାବକ, ରବିବାର ଦିନ ଆଶା କର୍ମୀ ରିଣ୍ଟୁ କୁମାରୀ ଏକ ନବଜାତ ଶିଶୁକୁ ବିସିଜି ଟିକାକରଣ ପାଇଁ ଏଏନଏମ ରଞ୍ଜନା କୁମାରୀଙ୍କ ପାଖକୁ ନେଇଥିଲେ | ସେଠାରେ ଟିକା ଦେବା ପାଇଁ ରଞ୍ଜନା ୫୦୦ଟଙ୍କା ମାଗିବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ଚାହୁଁ ଚାହୁଁ ଦୁହିଁଙ୍କ ଝଗଡା ଏତେ ବଢିଗଲା ଯେ ଦୁହେଁ ପରସ୍ପରର ଚୁଟି ଟାଣିବା ସହ ପରସ୍ପରକୁ ବିଧା ଗୋଇଠା ମାରିଥିଲେ | ପରେ ଜଣେ ବ୍ୟକ୍ତି ଆସି ଦୁହିଁଙ୍କୁ ବୁଝା ସୁଝା କରିବା ପରେ ଝଗଡା ଶେଷ ହୋଇଥିଲା |

ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କର୍ମଚାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର