ଅଶ୍ଳୀଳ ବ୍ୟବହାରକୁ କଡା ଜବାବ: ବିଚ ବଜାରରେ ଅଧିକାରୀଙ୍କୁ ଚପଲରେ ପିଟିଲେ ବିଜେପି ନେତ୍ରୀ, ଦେଖନ୍ତୁ ଭିଡ଼ିଓ

ହିସାର: ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍ ଅନେକ ସମୟରେ ବିଭିନ୍ନ ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏଥର ସେ ଜଣେ ହରିୟାଣା କୃଷକ ବଜାର କମିଟିର ଅଧିକାରୀଙ୍କୁ ଚପଲରେ ପିଟିଥିବାରୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି | ତାଙ୍କ ପ୍ରତି ହୋଇଥିବା ଅଶ୍ଳୀଳ ବ୍ୟବହାରକୁ ବିରୋଧ କରି ସେ ଏଭଳି କରିଥିବା ଜଣା ପଡିଛି | ତେବେ ଘଟଣା ସମୟର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି | ଯେଉଁଥିରେ ବିଜେପି ନେତ୍ରୀ ସୋନାଲି ଫୋଗଟ ଅଧିକାରୀଙ୍କୁ ମାଡ଼ ଉପରେ ମାଡ଼ ମାରି ଚାଲିଥିବା ଦେଖିବାକୁ ମିଳିଛି | ଘଟଣାଟି ଘଟିଛି ହରିୟାଣାର ହିସାରରେ |

ଶୁକ୍ରବାର ଦିନ ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଶ୍ରୀମତୀ ଫୋଗଟ କୃଷକ ବଜାର ଯାଞ୍ଚ କରୁଥିଲେ। ଏହି ସମୟରେ ସୋନାଲି ଫୋଗଟ୍ ଅଧିକାରୀଙ୍କୁ କୃଷକଙ୍କ ଅଭିଯୋଗ ତାଲିକା ଦେଖାଇ ତାଙ୍କୁ ତାଗିଦ କରିଥିଲେ | କଥାର ସମାଧାନ କରିବା ପରିବର୍ତ୍ତେ ଅଧିକାରୀଜଣଙ୍କ ସୋନାଲି ଫୋଗଟଙ୍କୁ ‘ଡ୍ରାମେବାଜ’ ବୋଲି କହିଥିଲେ।

Caught on camera: BJP leader Sonali Phogat assaults a man with her ...
Free Press Journal

ଅଧିକାରୀଙ୍କଠାରୁ ଏଭଳି ଶବ୍ଦ ଶୁଣି ସେ ତାଙ୍କୁ ଚପଲ ଖୋଲି ପିଟିବା ଆରମ୍ଭ କରିଥିଲେ | ତେବେ ମାଡ଼ ଖାଇବା ପରେ ଅଧିକାରୀ ଜଣକ ଭିଡିଓରେ ସୋନାଲି ଫୋଗଟଙ୍କ ନିକଟରେ ନିବେଦନ କରୁଥିବା ଦେଖାଯାଇଛି | ସେ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ସହ ତାହାର ସମାଧାନ କରିବେ ବୋଲି କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି | ତେବେ ଅଧିକାରୀଜଣକ ନିଜ ଭୁଲ ପାଇଁ କ୍ଷମା ମାଗିବା ପରେ ସୋନାଲି ଫୋଗଟ ତାଙ୍କ ବିରୋଧରେ କୌଣସି ଅଭିଯୋଗ କରି ନଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର