ମୁମ୍ବାଇର ୧୮ ମହଲାରେ ଲାଗିଲା ନିଆଁ: ବୃଦ୍ଧାଙ୍କ ମୃତ୍ୟୁ, ୧୯ଜଣଙ୍କ ଅବସ୍ଥା ସଂକଟାପନ୍ନ

ମୁମ୍ବାଇ: ରବିବାର ଅପରାହ୍ନରେ ମୁମ୍ବାଇସ୍ଥିତ ଅଶୋକ ସମ୍ରାଟର ୧୮ ମହଲାରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳବାହିନୀ ଓ ପୁଲିସ ମହଲାରେ ଫସି ରହିଥିବା ୫୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପୁଲିସ ସମସ୍ତ ଗୁରୁତରଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ନିକଟସ୍ଥ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ବୃଦ୍ଧ ମହିଳାଙ୍କ ନାମ ଲକ୍ଷ୍ମୀବାଇ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରବିବାର ସକାଳେ ୧୮ ମହଲାର ତୃତୀୟ ମହଲାରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଅନ୍ୟ ମହଲାକୁ ଧୀରେଧୀରେ ବ୍ୟାପି ଯାଇଥିଲା। ଏହି ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀ କହନ୍ତି, ଏହି ଅଗ୍ନିକାଣ୍ଡ ସମୟରେ ଉପର ମହଲାରେ ୯୬ଜଣ ଫସି ରହିଥିଲେ। କିଛି ଲୋକ ନିଆଁ ଲାଗିବା ଖବର ପଇବା ପରେ ଜୀବନ ବିକଳେ ବାହାରକୁ ବାହାରି ଆସିଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ୫୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର