‘ୱାନ୍‌ ନେସନ୍‌, ୱାନ୍‌ ରାସନ୍‌ କାର୍ଡ’ କାର୍ଯ୍ୟକାରୀ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଅସ୍ଥାୟୀ ଭାବେ ୱାନ୍‌ ନେସନ୍‌ ୱାନ୍‌ ରାସନ କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ଚିନ୍ତା କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ସରକାରଙ୍କୁ କହିଛନ୍ତି। ପ୍ରବାସୀ ଶ୍ରମିକ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁବିଧାରେ ରିହାତି ଖାଦ୍ୟଶସ୍ୟ ଯେଗାଇ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏନ୍‌ଭି ରମଣା, ଏସ୍‌.କେ. କାଉଲ୍‌ ଏବଂ ବିଆର୍‌ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ବାବଦ ଏକ ମାମଲାର ଶୁଣାଣି କରି ସରକାରଙ୍କୁ ଏହି ମର୍ମରେ ବିଚାର କରିବାକୁ କହିଛନ୍ତି। ସରକାର ଆଗକୁ ଦେଶବ୍ୟାପୀ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେ ଜରୁରୀ ଭିତ୍ତିରେ ଏହାକୁ ଲାଗୁ କରିବାକୁ ପ୍ରସ୍ତୁତିଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର