ଇସ୍ତଫା ଦେଲେ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌

ଗୌହାଟି: ରବିବାର ଦିନ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ରାଜ୍ୟ ନେତୃତ୍ବ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ଦିନ ସର୍ବଣାନନ୍ଦ ସୋନୋୱାଲ୍‌ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ଶୀର୍ଷସ୍ତରୀୟ ନେତାମାନଙ୍କ ସହ ଆଲୋଚନା କରିଥିଲେ।

ଆସାମର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ହିମନ୍ତ ବିଶ୍ବ ଶର୍ମା ଏବଂ ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ ଆସାମ ବିଧାନସଭାରେ ପହଞ୍ଚିଛନ୍ତି। ରାଜ୍ୟର ନେତୃତ୍ବ ପ୍ରସଙ୍ଗରେ ସେଠାରେ ଆଲୋଚନା କରାଯିବ।

Image Courtesy of NDTV

ସ୍ପଷ୍ଟ ବହୁମତ ସହ ଶାସକ ମେଣ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟୀ ହେବାର ସପ୍ତାହକ ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ଲାଗି ଆସାମ ବିଜେପି ବିଧାୟକ ଦଳ ଗୌହାଟିରେ ବୈଠକ କରୁଛି।

ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତ‌ୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ କେନ୍ଦ୍ରୀୟ ନିରୀକ୍ଷକ ଭାବେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର