ଚଳିତ ବର୍ଷ ଶେଷ ସୁଦ୍ଧା ଖାଲିଥିବା ୪.୭୫ ଲକ୍ଷ ପଦବୀ ପୂରଣ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଖାଲି ପଡ଼ିଥିବା ୪.୭୫ ଲକ୍ଷ ପଦବୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଜି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ୨୦୧୯-୨୦ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଖାଲି ପଡ଼ିଥିବା ୧,୩୪,୭୮୫ ପଦବୀରେ ନିଯୁକ୍ତି ପ୍ରଦାନ ନିମନ୍ତେ ୟୁନିୟନ ପବ୍ଳିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି), ଷ୍ଟାପ୍‌ ସିଲେକସନ୍‌ କମିଶନ (ଏସଏସ୍‌ସି) ଓ ରେଲେଓ୍ଵ ରିକ୍ରୃଟ୍‌ମେଣ୍ଟ ବୋର୍ଡ (ଆରଆରବି)କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଥିବା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

India Tv

ଏହାବାଦ୍‌ ଡିପାର୍ଟମେଣ୍ଟ ଅଫ୍‌ ପୋଷ୍ଟ ଏବଂ ମିନିଷ୍ଟ୍ରି ଅଫ୍‌ ଡିଫେନ୍ସ ପକ୍ଷରୁ ମଧ୍ୟ ଅତିରିକ୍ତ ଖାଲି ପଡ଼ିଥିବା ୩,୪୧,୯୦୭ ପଦବୀରେ ନିଯୁକ୍ତି ପ୍ରଦାନ ପାଇଁ ପ୍ରକ୍ରିୟ୍ରା ଆରମ୍ଭ ହୋଇ ଯାଇଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ସିଂହ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସମସ୍ତ ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ନିମନ୍ତେ ସମସ୍ତ ପ୍ରକ୍ରିୟା ଶେଷ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର