ପଦ୍ମାବତୀ ବିବାଦ: ପଦ୍ମିନୀ ମହଲ ଫଳକକୁ ଢାଙ୍କିଲା ଏଏସ୍‌ଆଇ

ନୂଆଦିଲ୍ଲୀ: ଶୁଭମୁକ୍ତି କରିନଥିବା ଚର୍ଚ୍ଚିତ ଚଳଚ୍ଚିତ୍ର ‘ପଦ୍ମାବତୀ’ ସହ ଜଡ଼ିତ ନୂଆ ନୂଆ ରୋଚକ ଘଟଣା ପଦାକୁ ଆସିବାରେ ଲାଗିଛିି। ଚିତ୍ତୋରଗଡ଼ ଦୁର୍ଗର ପଦ୍ମିନୀ ମହଲ ବାହାରେ ଥିବା ଏକ ଫଳକରେ ରାଣୀ ପଦ୍ମାବତୀ ସମ୍ପର୍କରେ ଇତିହାସକୁ ବିକୃତ କରାଯାଇଛି ବୋଲି ରାଜପୁତ କର୍ଣ୍ଣି ସେନା ଅଭିଯୋଗ ଆଣି ତାହାକୁୁ ତୁରନ୍ତ ହଟାଇଦେବା ଲାଗି ଧମକ ଦେବା ପରେ ଆଜି ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ସଂପୃକ୍ତ ଫଳକକୁ ଏକ ଲାଲ୍‌ କପଡ଼ାରେ ଢାଙ୍କି ଦିଆଯାଇଛି।
ଉଲ୍ଲେଖ ଥାଉ କି, ଆଲାଉଦ୍ଦିନ୍‌ ଖିଲଜି ସେହି ସ୍ଥାନରେ ରାଣୀ ପଦ୍ମାବତୀଙ୍କୁ ଆଖି ଉଠାଇ ଚାହିଁଥିଲେ ଏବଂ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇ ଚିତ୍ତୋର ଆକ୍ରମଣ କରିଥବା କଥା ସେହି ଫଳକରେ ହିଁ ଉଲ୍ଲେଖ ରହିଛି। ତେଣୁ ଇତିହାସର ବିକୃତିକରଣ କରିଥିବା ଏହି ଫଳକକୁ ହଟାଇଦେବା ଲାଗି ରାଜପୁତ କର୍ଣ୍ଣି ସେନା ଦାବି କରିବା ସହ ଅନ୍ୟଥା ପରିସ୍ଥିତି ଭୟଙ୍କର ରୂପ ନେବ ବୋଲି ଧମକ ଦେଇଥିଲା।

ସମ୍ବନ୍ଧିତ ଖବର