ଏବେ ଅର୍ଥନୀତି ପରିଚାଳନାରେ ବି ହସ୍ତକ୍ଷେପ କରୁଛି ପାକିସ୍ତାନ ସେନା

ଇସ୍ଲାମାବାଦ : ସବୁ ଦେଶ ପାଖରେ ଗୋଟିଏ ସେନାବାହିନୀ ଥାଏ । କିନ୍ତୁ ପାକିସ୍ତାନୀ ସେନା ପାଖରେ ଏକ ଦେଶ ରହିଛି, ଯାହାକୁ ଆମେ ପାକିସ୍ତାନ ବୋଲି ଜାଣୁ । ପାକିସ୍ତାନୀ ସେନା ହିଁ ପାକିସ୍ତାନର ରାଜନୀତିଠାରୁ ଆରମ୍ଭ କରି ବିଦେଶିକ ନୀତି ପର୍ଯ୍ୟନ୍ତ ସବୁକିଛି ପରିଚାଳନା କରେ । ଏବେ ପାକିସ୍ତାନୀ ସେନା ଆଉ ଏକ ପାଦ ଆଗେଇ ଯାଇଛି ।

ପାକିସ୍ତାନୀ ସେନା ଏବେ ଅର୍ଥନୀତି ମଧ୍ୟ ପରିଚାଳନା କରିବା ଆରମ୍ଭ କରିଛି । ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଥିବାରୁ ସେଥିରେ ହସ୍ତକ୍ଷେପ କରିବା ଆରମ୍ଭ କରିଛି ସେନା । ନିକଟରେ ପାକ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜଓ୍ଵା ବିଭିନ୍ନ ଶିଳ୍ପପତି ଓ ନିବେଶକମାନଙ୍କୁ ଭେଟୁଛନ୍ତି । କରାଚୀ ଓ ରାଓ୍ଵଲପିଣ୍ଡିରେ ସେ ଶିଳ୍ପପତିମାନଙ୍କ ସହିତ ୩ଟି ମିଟିଂ କରିସାରିଲେଣି । ନିବେଶକଙ୍କ ଭରଷା ଫେରାଇ ଆଣିବାକୁ ସେ ଉଦ୍ୟମ କରୁଥିବା ଜଣାଯାଇଛି । ତେବେ ସେନାମୁଖ୍ୟ ଅର୍ଥନୀତି ପରିଚାଳନାରେ କୌଣସି ହସ୍ତକ୍ଷେପ କରୁନାହାନ୍ତି ବୋଲି ପାକିସ୍ତାନ ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର