ଶ୍ରଦ୍ଧାଞ୍ଜଳି ଦେବାକୁ ଆସି ଗାନ୍ଧୀ ପ୍ରତିମାଙ୍କ ପାଖରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ସମାଜବାଦୀ ପାର୍ଟିର ନେତା

ଲକ୍ଷ୍ନୌ: ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମ୍ଭଲ ଅଞ୍ଚଳର ଚନ୍ଦୌସିଠାରେ ଥିବା ଗାନ୍ଧୀ ପ୍ରତିମାଙ୍କୁ ଗତକାଲି ସମାଜବାଦୀ ପାର୍ଟିର ନେତା ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ। ଏହି ସମୟରେ ପାର୍ଟିର ନେତାମାନେ ଏତେ ଭାବୁକ ହୋଇ ଯାଇଥିଲେ ଯେ ପ୍ରତିମା ନିକଟରେ ସେମାନେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।

ଏହି ସମୟରେ ସମାଜବାଦୀ ପାର୍ଟି ନେତା ଫିରୋଜ ଖାଁ କହିଥିଲେ, ବାପୁ ଦେଶକୁ ସ୍ୱାଧୀନତା ଦେଇ ଆମ୍ଭମାନଙ୍କୁ ଅନାଥ କରି କେଉଁଆଡେ ଚାଲିଗଲେ।

ଏହି ପୂରା ଘଟଣା ସମ୍ଭଲ ଅଞ୍ଚଳର ଚନ୍ଦୌସିଠାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଘଟିଥିବା ଦେଖିବାକୁ ମିଳିଥିଲା। ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ଫିରୋଜ ଖାନ୍‌ ପହଞ୍ଚିଥିଲେ। ସେଠାରେ ସେ ଏତେ ଭାବବିହ୍ଵଳ ହୋଇଯାଇଥିଲେ ଯେ ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ଫିରୋଜଙ୍କୁ ଏପରି କାନ୍ଦିବା ଦେଖି ସପାର ଦୁଇଜଣ ନେତା ରୁମାଲରେ ତାଙ୍କ ଆଖିରୁ ଲୁହ ପୋଛି ଦେଉଥିବା ବି ଦେଖିବାକୁ ମିଳିଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର