ବରଫକୁ ଉପଭୋଗ କରିବାକୁ କାହିଁକି ଯାଉଥିଲ? ମୁରିରେ ୨୩ ଜଣ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ଏଭଳି କହିଲେ ପାକିସ୍ତାନ ମନ୍ତ୍ରୀ

ଲାହୋର: ଦୁଇ ଦିନ ତଳେ ପ୍ରବଳ ବରଫପାତ ଯୋଗୁଁ ପାକିସ୍ତାନର ମୁରି ଶୈଳନିବାସରେ ଏଯାଏଁ ୨୩ ଜଣ ପର୍ଯ୍ୟଟକଙ୍କ ଜୀବନ ଗଲାଣି | ଶନିବାର ମୁରି ବୁଲିବାକୁ ହଜାର ହଜାର ପର୍ଯ୍ୟଟକ ଯାଇଥିଲେ । କିନ୍ତୁ ପ୍ରବଳ ବରଫପାତ ହେବାରୁ ଲୋକମାନେ ନିଜ ନିଜ ଗାଡ଼ି ମଧ୍ୟରେ ଫସି ଯାଇଥିଲେ । ପ୍ରବଳ ଥଣ୍ଡାଯୋଗୁଁ ନିଜ ନିଜ କାର ମଧ୍ୟରେ ହିଁ ଫସିରହିଥିବା ୨୩ ଜଣ ଲୋକ ଅତ୍ୟନ୍ତ ଦୟନୀୟ ଭାବେ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସରକାର ଲଜ୍ଜ୍ୟାଜନକ ମନ୍ତବ୍ୟ ଦେଇଛନ୍ତି |

ପାକିସ୍ତାନର କେନ୍ଦ୍ର ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଫୱାଦ ଚୌଧୁରୀ ଏହି ଘଟଣାକୁ ନେଇ କହିଛନ୍ତି ଯେ ଫସି ରହିଥିବା ଲୋକଙ୍କ ପାଇଁ ସରକାର ଏବଂ ପ୍ରଶାସନ କିଛି କରିପାରିବେ ନାହିଁ, ଲୋକମାନେ ମଧ୍ୟ ସେମାନଙ୍କର ସାଧାରଣଜ୍ଞାନ ବ୍ୟବହାର କରିବା ଉଚିତ। ପାକିସ୍ତାନ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ପରିବର୍ତ୍ତେ ସମାଲୋଚନା କରିଛନ୍ତି। ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଫୱାଦ୍ ଚୌଧୁରୀ କହିଛନ୍ତି ଯେ,’ଯଦି ତୁମେ ଜୀବିତ ରହିବାର ଥିଲା, ଘରେ ରହିଥାନ୍ତେ | ଏତେ ଖର୍ଚ୍ଚ କରିବା ପରିବର୍ତ୍ତେ ଯଦି ତୁମେ ବରଫକୁ ଉପଭୋଗ କରିବାକୁ ଚାଁହୁଥିଲ, ତେବେ ଘରେ ସ୍ନୋ ସ୍ପ୍ରେ କିଣି ପରସ୍ପର ଉପରେ ସ୍ପ୍ରେ କରିଥାନ୍ତ |

ସବୁ କଥା ପାଇଁ ପ୍ରଶାସନ ନାହିଁ, ନିଜର ସାଧାରଣ ଜ୍ଞାନ ମଧ୍ୟ ବ୍ୟବହାର କରିବା ଉଚିତ | ସୂଚନା ଥାଉ କି ଶନିବାର ଦିନ ପାକିସ୍ତାନର ଖାଇବର ପଖତୁନଖ୍ବାରେ ଏକ ଦୁଃଖଦ ଘଟଣା ଘଟିଥିଲା । ଏହି ରାଜ୍ୟର ମୁରି ଶୈଳନିବାସରେ ପ୍ରବଳ ବରଫପାତ ଯୋଗୁଁ ୨୩ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ |

ସମ୍ବନ୍ଧିତ ଖବର