ଶିଖ୍ ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟା କରିବା ପାଇଁ ଭାବି ସ୍ତ୍ରୀ ଦେଇଥିଲେ ୭ଲକ୍ଷ ଟଙ୍କାର ସୁପାରୀ

ନୂଆଦିଲ୍ଲୀ: କିଛି ଦିନ ତଳେ ପେଶାୱରରେ ଜଣେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯୁବକଙ୍କ ନାଁ ରବିନ୍ଦର ସିଂହ ବୋଲି ଚିହ୍ନଟ କରାଯାଇଥିବା ବେଳେ ରବିନ୍ଦର ବିବାହ କରିବାକୁ ମାଲେସିଆରୁ ପାକିସ୍ତାନ ଆସିଥିଲେ। ବିବାହ ପାଇଁ ଜିନିଷ କିଣିବା ପାଇଁ ଯାଇଥିବା ବେଳେ ତାଙ୍କୁ ଗୁଳି କରି ଜଣେ ଅଜଣା ଯୁବକ ହତ୍ୟା କରିଥିଲେ। ଏବେ ହତ୍ୟା ପଛର ମାଷ୍ଟରମାଇଣ୍ଡକୁ ଖୋଜି ବାହାର କରିଛି ପାକିସ୍ତାନ ପୁଲିସ। ଅନ୍ୟ କେହି ନୁହନ୍ତି, ବରଂ ରବିନ୍ଦରଙ୍କ ଭାବିସ୍ତ୍ରୀ ହିଁ ୭ଲକ୍ଷ ଟଙ୍କା ଦେଇ ରବିନ୍ଦରଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ ବୋଲି କହିଛି ପୁଲିସ।

PAK: मंगेतर ने दी थी 7 लाख की सुपारी, सिख युवक के मर्डर में चौंकाने वाला खुलासा
aajtak.intoday.in

ପୁଲିସ ଦେଇଥିବା ସୂଚନା ମୁତାବକ, ମାଲେସିଆରେ ରହୁଥିବା ରବିନ୍ଦର ବିବାହ ପାଇଁ ପାକିସ୍ତାନ ଆସିଥିଲେ। ତାଙ୍କର ବିବାହ ପ୍ରେମ କୁମାରୀଙ୍କ ସହ ହେବାକୁ ଥିବା ବେଳେ ପ୍ରେମ କୁମାରୀ ରବିନ୍ଦରଙ୍କୁ ବିବାହ କରିବାକୁ ଚାହୁ ନଥିଲେ। ଯାହା ପାଇଁ ସେ ରବିନ୍ଦରଙ୍କୁ ହତ୍ୟା କରିବାର ଯୋଜନା ତିଆରି କରିଥିଲେ। ରବିନ୍ଦର ଜିନିଷ କିଣିବା ପାଇଁ ମଲ୍ ଯାଉଥିବା ଜାଣି ସେ ଜଣେ ସୁଟରକୁ ୭ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ। ସୁପାରୀ ମିଳିବା ପରେ ସୁଟର ରବିନ୍ଦରଙ୍କୁ ମଲ୍ ବାହାରେ ଗୁଳି କରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର