ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି ପାକିସ୍ତାନ

ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ

ନୂଆଦିଲ୍ଲୀ: ପାକିସ୍ତାନ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର କଡ଼ା ଜବାବ ଦେଇଛି। ପାକିସ୍ତାନରୁ ଚାଲିଥିବା ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଭାରତ ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ମିସନ କାଉନସିଲର କାଜଲ ଭଟ୍ଟ କହିଛନ୍ତି, ଭାରତ ପାକିସ୍ତାନ ସମେତ ଅନ୍ୟ ସମସ୍ତ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ସ୍ବାଭାବିକ ସମ୍ପର୍କ ଚାହେ। କିନ୍ତୁ , ଆତଙ୍କବାଦ, ହିଂସା ଏବଂ ଭୟପୂର୍ଣ୍ଣ ପରିବେଶରେ ଦ୍ବିପାକ୍ଷିକ ଆଲୋଚନା ହୋଇପାରିବ ନାହିଁ।

ସଂଖ୍ୟାଲଘୁଙ୍କ ଜୀବନ ଦୁର୍ବିସହ

ପାକିସ୍ତାନ ଲଗାତାର ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାକୁ ବିରୋଧ କରିଛି। ପାକିସ୍ତାନ ବିରୋଧରେ ବର୍ଷି ଭାରତ କହିଛି, ପାକିସ୍ତାନ ଭାରତ ବିରୋଧରେ ମିଥ୍ୟା ପ୍ରଚାର ପାଇଁ ଜାତିସଂଘ ଦ୍ବାରା ପ୍ରଦତ୍ତ ମଞ୍ଚର ଅପବ୍ୟବହାର କରୁଛି। ତେବେ ଏହା ପ୍ରଥମ ଥର ନୁହେଁ । ପାକିସ୍ତାନ ବାରମ୍ବାର ଜାତିସଂଘ ମଞ୍ଚକୁ ଭାରତ ବିରୋଧରେ ବ୍ୟବହାର କରୁଛି। ପାକିସ୍ତାନରେ ଆତଙ୍କବାଦୀମାନେ ମୁକ୍ତ ବିଚରଣ କରୁଛନ୍ତି। ଅନ୍ୟପକ୍ଷେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି। ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି, ସେମାନଙ୍କୁ ତାଲିମ ଦେଉଛି , ଅସ୍ତ୍ରଶସ୍ତ୍ର ଯୋଗାଉଛି ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଦେଇଚାଲିଛି ବୋଲି ଭାରତ ଜାତିସଂଘରେ କହିଛି।

ସମ୍ବନ୍ଧିତ ଖବର