କର୍ତ୍ତାରପୁର କରିଡର ଖୋଲିବା ପଛରେ ପାକିସ୍ତାନର ଏକ ବଡ଼ ଷଡଯନ୍ତ୍ର ରହିଛି : ପାକ ଅଧିକୃତ କଶ୍ମୀର ନେତା

ଗ୍ଲାସଗୋ : କର୍ତ୍ତାରପୁର କରିଡର ଖୋଲିବା ପଛରେ ପାକ ସରକାର ଓ ସେନାର ଏକ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି ପାକ ଅଧିକୃତ କଶ୍ମୀରର ସାମାଜିକ କର୍ମୀ ଅମଜାଦ ମିର୍ଜା । ସ୍କଟଲାଣ୍ଡର ଗ୍ଲାସଗୋଠାରେ ନିର୍ବାସିତ ଜୀବନ ବିତାଉଥିବା ମିର୍ଜା କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ଅପଦସ୍ତ ହେବା ପରେ ପାକିସ୍ତାନ ସେନା ଭାରତର ଆଉ ଏକ ସ୍ଥାନରେ ଅସ୍ଥିରତା ସୃଷ୍ଟିକରିବାକୁ ଚାହୁଁଛି । ପାକିସ୍ତାନ ସୀମାରେ ଥିବା ପଞ୍ଜାବରେ ପୁଣି ଥରେ ଖଲିସ୍ତାନ ପ୍ରସଙ୍ଗକୁ ପ୍ରେତ୍ସାହିତ କରୁଛି ପାକିସ୍ତାନ ସେନା ଓ ଆଇଏସଆଇ ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ଗତ ୭୩ ବର୍ଷ ହେଲା ପାକିସ୍ତାନ ଏହି କରିଡର ଖୋଲିବାକୁ ରାଜି ହେଉନଥିଲା । କିନ୍ତୁ ଏବେ କାହିଁକି ରାଜି ହେଲା ? ଏହାର କାରଣ ହେଉଛି, କାଶ୍ମୀର ଦେଇ ଆତଙ୍କବାଦୀ ପ୍ରେରଣ ଏବେ ସମ୍ଭବ ହେଉନାହିଁ । କିନ୍ତୁ ଆତଙ୍କବାଦୀ ପଠାଇବାକୁ ଆଉ ଏକ ପଥ ଖୋଲିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଛି । ଏହି କରିଡରକୁ ବ୍ୟବହାର କରି ଏବେ ସେମାନେ ଖଲିସ୍ତାନ ଆତଙ୍କବାଦୀଙ୍କୁ ପଞ୍ଜାବକୁ ପଠାଇବେ ଓ ହିଂସାକାଣ୍ଡ ସୃଷ୍ଟି କରିବେ । ସେ ମଧ୍ୟ ପାକ-ଅଧିକୃତ କଶ୍ମୀରରେ ଥିବା ଲୋକମାନଙ୍କ ଦୁରାବସ୍ଥା ସଂପର୍କରେ କହିଛନ୍ତି ।

ସମ୍ବନ୍ଧିତ ଖବର