ପାକ୍ ଅଧିକୃତ କଶ୍ମୀର ପରିଦର୍ଶନ କରି ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନା ବିଷୟରେ ଅପପ୍ରଚାର କରିବାକୁ ବ୍ରିଟିସ୍ ସାଂସଦଙ୍କୁ ୩୦ ଲକ୍ଷ ଟଙ୍କା ଦେଇଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳ ପରିଦର୍ଶନ କରିଥିବା ବ୍ରିଟିସ୍ ପାର୍ଲାମେଣ୍ଟାରି ଗ୍ରୁପ୍ ଏବଂ ଅଲ୍-ପାର୍ଟି ପାର୍ଲାମେଣ୍ଟାରି କଶ୍ମୀର ଗ୍ରୁପ୍’ର ସଦସ୍ୟଙ୍କ ପିଛେ ପାକିସ୍ତାନର ଇମ୍ରାନ୍ ଖାଁ ସରକାର ୩୦ ଲକ୍ଷ ଟଙ୍କା ବ୍ୟୟ କରିଥିବା ଶୁଣାଯାଉଛି। ଜମ୍ମୁ ଓ କଶ୍ମୀରରେ ଭାରତୀୟ ସେନାର କାର୍ଯ୍ୟକଳାପ ବିଷୟରେ ଅପପ୍ରଚାର କରିବାକୁ ଏହି ଅର୍ଥ ବ୍ୟୟ କରାଯାଇଥିବା ଜଣାପଡ଼ିଛି।

ଏହି ଗ୍ରୁପ୍ ବା ଦଳର ନେତୃତ୍ବ ନେଇଥିଲେ ଲେବର୍ ସାଂସଦ ଡେବି ଆବ୍ରାହାମ୍‌ସ୍। ତାଙ୍କର ଇ-ଭିସାର ସମୟ ଅବଧି ଶେଷ ହୋଇ ଯାଇଥିବାରୁ ତାଙ୍କୁ ଭାରତ ଆସିବାକୁ ଭିସା ମିଳି ନ ଥିବା କଥା ମଧ୍ୟ ଜଣାପଡ଼ିଛି। ଏ ବର୍ଷ ଫେବ୍ରୁଆରି ୧୭ ତାରିଖ ଦିନ ତାଙ୍କର ଭାରତୀୟ ବଂଶୋଦ୍ଭବ ସହଯୋଗୀ ହର୍‌ପ୍ରୀତ୍ ଉପ୍ପଲଙ୍କ ସହ ଦିଲ୍ଲୀରେ ପହଞ୍ଚିବା ତାଙ୍କୁ ଭାରତରୁ ଦୁବାଇକୁ ପଠାଇ ଦିଆଯାଇଥିଲା। ତାଙ୍କ ଇ-ଭିସାର ସମୟସୀମା ଶେଷ ହୋଇଥିବା କଥା ବିମାନ ବନ୍ଦରରେ ତାଙ୍କୁ ଜଣାଇ ଦିଆଯାଇଥିଲା। ତେଣୁ ତାଙ୍କୁ ଦେଶକୁ ଛଡ଼ା ଯାଇ ନ ଥିଲା।

ପ୍ରାପ୍ତ ରିପୋର୍ଟ ଅନୁସାରେ, ତହିଁ ଆର ଦିନ ସେ ବିମାନ ଯୋଗେ ପାକିସ୍ତାନ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଭେଟିଥିଲେ। ସେଠାରେ ସେହି ମାସରେ ତାଙ୍କୁ ଆ‌ର୍ଥିକ ପ୍ରୋତ୍ସାହନ ମିଳିଥିଲା।

Image Courtesy of DNA India

‘ଅଲ୍-ପାର୍ଟି ପାର୍ଲାମେଣ୍ଟାରି କଶ୍ମୀର ଗ୍ରୁପ୍’ ପାକିସ୍ତାନ ସରକାରଙ୍କ ଠାରୁ ଅର୍ଥ ପାଇଥିବା ସଂକ୍ରାନ୍ତ ରସିଦ ମଧ୍ୟ ଗଣମାଧ୍ୟର ହସ୍ତଗତ ହୋଇଛି। ରସିଦରୁ ଜଣାପଡ଼ିଛି ଯେ, ଫେବ୍ରୁଆରି ୧୮ ରୁ ୨୨ ତାରିଖ ମଧ୍ୟରେ ପାକ୍ ଅଧିକୃତ କଶ୍ମୀର ଗସ୍ତ ନିମନ୍ତେ ‘ଅଲ୍-ପାର୍ଟି ପାର୍ଲାମେଣ୍ଟାରି କଶ୍ମୀର ଗ୍ରୁପ୍’ ଇମ୍ରାନ୍ ଖାଁ ସରକାରଙ୍କ ଠାରୁ ୨୯. ୭ ଲକ୍ଷ ଟଙ୍କା କିଂବା ୩୧. ୨ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପାଇଛନ୍ତି।

ଅର୍ଥ ଦିଆଯିବାର ଉଦ୍ଦେଶ୍ୟ ବାବଦରେ ରସିଦରେ ଉଲ୍ଲେଖ ଅଛି ଯେ, ଆଲୋଚନା ମାଧ୍ୟମରେ ଆତ୍ମ-ନିର୍ଦ୍ଧାରଣ କରିବାକୁ କଶ୍ମୀରବାସୀଙ୍କୁ ସମର୍ଥନ କରିବା; ବ୍ରିଟିସ୍ ସାଂସଦମାନଙ୍କ ଠାରୁ ସମର୍ଥନ ଲୋଡ଼ିବା; କଶ୍ମୀରରେ ମାନବିକ ଅଧିକାରର ଦୂରୁପଯୋଗ ହେବା ଉପରେ ଆଲୋକପାତ କରିବା; ଏବଂ ସେଠାକାର ଜନସାଧାରଣଙ୍କ ପାଇଁ ନ୍ୟାୟ ଲୋଡ଼ିବା

କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପଦକ୍ଷେପକୁ ଡେବି ସମାଲୋଚନା କରୁଥିଲେ। ଭାରତ ସରକାର ତାଙ୍କୁ ଭିସା ଦେବାକୁ ମନା କରିଦେବାରୁ ସେ ଅନେକ ପ୍ରଶ୍ନ ଉଠାଇଥିଲେ। ସେ ଟୁଇଟ୍ କରିଥିଲେ, ଭିସା ଦିଆଯିବା ପରେ ଭାରତ ସରକାର ପୁଣି କାହିଁକି ରଦ୍ଦ କଲେ? ମୁଁ ପହଞ୍ଚିବା ପରେ ସେମାନେ କାହିଁକି ମତେ ଭିସା ଦେଲେ ନାହିଁ? ଏହାର କାରଣ ମୁଁ କଶ୍ମୀର ମାନବିକ ଅଧିକାର ପ୍ରସଙ୍ଗରେ ଭାରତ ସରକାରଙ୍କୁ ସମାଲୋଚନା କରୁଥିଲି।

 

ସମ୍ବନ୍ଧିତ ଖବର