ନିଖିଳ ଭାରତୀୟ ସିନେ କର୍ମଚାରୀ ସଂଘର ନିଷ୍ପତ୍ତି:ପାକ୍‌ କଳାକାରଙ୍କୁ ବଲିଉଡ୍‌ ମନା

ନୂଆଦିଲ୍ଲୀ : ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତ ପାରମ୍ପରିକ ଶତ୍ରୁ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ଦେଶବାସୀ ଆଉ ଧୈର୍ଯ୍ୟ ନାହିଁ ବୋଲି କହିବା ସହ ପାକିସ୍ତାନ ବିରୋଧରେ ତୁରନ୍ତ ଯୁଦ୍ଧ ପାଇଁ ପ୍ରସ୍ତାବ ଦେଇଚାଲିଛନ୍ତି। ଏଭଳି ସ୍ଥିତିରେ ଆଜି ନିଖିଳ ଭାରତୀୟ ସିନେ କର୍ମଚାରୀ ସଂଘ ମଧ୍ୟ ପାକିସ୍ତାନକୁ ବାସନ୍ଦ କରିଛି। ଭାରତୀୟ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରୁଥିବା ସମସ୍ତ ପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ତୁରନ୍ତ ନିଷିଦ୍ଧ କରାଗଲା ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି। ସଂଘର ସାଧାରଣ ସଚିବ ରୋନକ ସୁରେଶ ଏକ ନୋଟିସ୍‌ ମାଧ୍ୟମରେ ଏହି କଟକଣା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର