ଚାକିରି ହରାଇଲେ ଆରବ ଦେଶରେ ଥିବା ପାକିସ୍ତାନର ଶହ ଶହ ଡାକ୍ତର , କାରଣ ଜାଣନ୍ତୁ

ଇସ୍ଲାମାବାଦ : ପାକିସ୍ତାନ ପାଇଁ ଏବେ ଖରାପ ବେଳା ଚାଲିଛି । ଗୋଟିଏ ପଟେ ଅର୍ଥନୀତି ଦେବାଳିଆ ସ୍ଥିତିକୁ ଚାଲିଯାଇଥିବାବେଳେ ଅନ୍ୟପଟେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର କମିଚାଲିଛି । କିନ୍ତୁ ଏବେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର ଆସିପହଞ୍ଚିଛି । ବିଭିନ୍ନ ଆରବ ଦେଶରେ ଥିବା ପାକିସ୍ତାନୀ ଡାକ୍ତରମାନଙ୍କୁ ସେଠାକାର ସରକାରମାନେ ଅଯୋଗ୍ୟ ଘୋଷଣା କରିବା ସହ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନୀ ଡାକ୍ତରଙ୍କ ଏମଡି ( ଡକ୍ଟର ଅଫ ମେଡିସିନ) ଓ ଏମଏସ (ମାଷ୍ଟର ଅଫ ସର୍ଜରୀ) ଡିଗ୍ରୀକୁ ପ୍ରଥମେ ସାଉଦି ଆରବ ମାନ୍ୟତା ଦେବାକୁ ମନାକରିବା ସହ ସେମାନଙ୍କୁ ଦେଶଛାଡି ଯିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ପରେ ଅନ୍ୟ ଆରବ ଦେଶ ୟୁଏଇ, ବାହାରିନ,କାତାର ଆଦି ଦେଶ ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି । ଏହା ଫଳରେ ହଜାର ହଜାର ପାକିସ୍ତାନୀ ଡାକ୍ତର ରୋଜଗାର ହରେଇଛନ୍ତି । ଏହି ଡାକ୍ତରମାନେ ପାକିସ୍ତାନକୁ ବିପୁଳ ପରିମାଣରେ ବୈଦେଶିକ ମୁଦ୍ରା ପଠାଉଥିଲେ । ଏବେ ଏହା କମିଯିବ ।

ସମ୍ବନ୍ଧିତ ଖବର