ଆଉ ମାତ୍ର ଦୁଇ ଦିନ: ଆଧାର-ପ୍ୟାନ୍‌ ସଂଯୋଗ ସମୟ ସୀମା ସରି ଆସିଲା

ନୂଆଦିଲ୍ଳୀ: ପ୍ୟାନ୍‌ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ସରିବାକୁ ଆଉ ମାତ୍ର ୨ ଦିନ ବାକି ରହିଲା। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ୟାନ୍‌ ସହ ଆଧାର ସଂଯୋଗ କରିବାକୁ ସମୟ ସୀମା ଦିଆ ଯାଇଥିଲା। ଆୟକର ବିଭାଗର ଆଦେଶ ଅନୁସାରେ ଅକ୍ଟୋବର ୧ ଭିତରେ ଯାହାର ପ୍ୟାନ୍‌-ଆଧାର ସଂଯୋଗ ହୋଇନଥିବ ତାହା ରଦ୍ଦ ହୋଇଯିବ। କୌଣସି ଅସୁବିଧାରେ ନପଡ଼ିବା ପାଇଁ ଆପଣଙ୍କୁ ୨ ଦିନ ମଧ୍ୟରେ ପ୍ୟାନ୍‌ ସହ ଆଧାର ସଂଯୋଗ କରିବାକୁ ହେବ।

Free Press Journal

ଯେଉଁ ଆଧାର ସହ ପ୍ୟାନ୍‌ ସଂଯୋଗ ହୋଇନଥିବ ତାହାର ବ୍ୟବହାର କୌଣସି ବି ପ୍ରକାର ନେଣଦେଣ କାମରେ ହୋଇପାରିବ ନାହିଁ। ସରକାର ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ ଥରେ ପ୍ୟାନ୍‌ କାର୍ଡ ରଦ୍ଦ ହେବା ପରେ ତାହାକୁ ସମୟ ସୀମା ପରେ ବି ପୁଣି ଥରେ ସକ୍ରିୟ କରାଯାଇ ପାରିବ ନା ନାହିଁ।

ମାର୍ଚ ୩୧ ତାରିଖରେ ଜାରି ହୋଇଥିବା ଅନୁସୂଚନା ମୁତାବକ, ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି କାହା ପାଖରେ ପ୍ୟାନ୍‌ ଓ ଆଧାର ଉଭୟ ଅଛି ତେବେ ତାହାକୁ ସଂଯୋଗ କରିବା ଅନିର୍ବାର୍ଯ୍ୟ।

ସମ୍ବନ୍ଧିତ ଖବର