ପଞ୍ଚକୁଲା ସେସନ୍‌ କୋର୍ଟ ହନିପ୍ରୀତଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଛି

ସିର୍‌ସା: ପଞ୍ଚକୁଲା ସେସନ୍‌ କୋର୍ଟ ଗୁରମିତ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ପ୍ରିୟଙ୍କା ତେନେଜା(୩୬) ଓରଫ ହନିପ୍ରୀତ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି।

ହନିପ୍ରୀତଙ୍କ ତରଫରୁ ତାଙ୍କ ଓକିଲ ଜାମିନ୍‌ ଆବେଦନ କରି କହିଥିଲେ କି, ଜଣେ ମହିଳା ୨୪୫ଦିନ ହେବ ଜେଲରେ ବନ୍ଦୀ ଅଛନ୍ତି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାରେ ହୋଇଥିବା ହନିପ୍ରୀତ ଡେରା ମୁଖ୍ୟ ଗୁରୁମିତ ରାମରହିମଙ୍କ ସହିତ ଥିଲେ। ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଗୁରମିତଙ୍କୁ ୨୦ବର୍ଷ ଜେଲ ହେବା ପରେପରେ ହନିପ୍ରୀତଙ୍କୁ ବି ଦେଶଦ୍ରୋହ ମାମଲାରେ ସୁନରିୟା ଜେଲ ରୋହତକକୁ ପଠା ଯାଇଥିଲା। ପଞ୍ଚକୁଲା ହିଂସାରେ ହନିପ୍ରୀତଙ୍କ ମୁଖ୍ୟ ଭୂମିକା ରହିଥିଲା। ଏନେଇ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଆସିଲା ବେଳେ ଫେରାର ହୋଇଯାଇଥିଲେ। କିଛିଦିନ ପରେ ଅର୍ଥାତ୍‌ ୨୦୧୭ ଅକ୍ଟୋବର ୩ରେ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ହନିପ୍ରୀତ। ଏହି ମାମଲାରେ ସାମିଲ ଥିବା ଅନ୍ୟ ୧୫ଜଣଙ୍କୁ ଜାମିନ୍‌ ମିଳି ସାରିଛି।

ସମ୍ବନ୍ଧିତ ଖବର