୮୩ ଯାତ୍ରୀଙ୍କୁ ନେଇ ଯାଉଥିବା ଆଫଗାନିସ୍ତାନର ବିମାନ ଦୁର୍ଘଟଣାଗ୍ରସ୍ତ, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ସୋମବାର ଆଫଗାନିସ୍ତାନରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣା ସମୟରେ ବିମାନ ଭିତରେ ୮୩ଜଣ ଯାତ୍ରୀ ଥିଲେ। ଆଫଗାନିସ୍ତାନର ଏୟାରଲାଇନ୍ ଏରିୟାନା ଦ୍ବାରା ପରିଚାଳିତ ଏହି  ବିମାନ ଦେଶର କେନ୍ଦ୍ରୀୟ ଗଜନୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି।

ଗଜନୀ ସହରର ପ୍ରାନ୍ତୀୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ପ୍ରବକ୍ତା ଅରିଫ୍ ନୁରୀଙ୍କ କହିବା ମୁତାବକ, ଏରିୟାନା ଆଫଗାନ୍ ଏୟାରଲାଇନର ବୋଇଙ୍ଗ ବିମାନ ଦେହ୍ ୟାକ୍ ଜିଲ୍ଲାର ସଡୋ ଖେଲ୍ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଞ୍ଚଳିକ ସମୟ ମଧ୍ୟାହ୍ନ ୧ଟା ୧୦ମିନିଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବିମାନ ମଧ୍ୟରେ ୮୩ଜଣ ଯାତ୍ରୀ ଥିବା ବେଳେ  କେତେ ଜଣ ଯାତ୍ରୀ ମୃତାହତ ହୋଇଛନ୍ତି, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର