ସେନାକୁ ମାତ୍ର ୫୦୧ ଟଙ୍କା ଦାନ କରି ସମାଲୋଚନାର ଶରବ୍ୟ ହେଲେ ପେଟିଏମ୍ ମୁଖ୍ୟ
ଆଜି ପୁଣି ଥରେ ଦାନ କଲେ ୨୧ ହଜାର ଟଙ୍କା
ନୂଆଦିଲ୍ଲୀ-ସେନାବାହିନୀକୁ ମାତ୍ର ୫୦୧ ଟଙ୍କା ଦାନ କରି ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟ୍ଟରରେ ସମାଲୋଚନାର ଶରବ୍ୟ ହୋଇଛନ୍ତି ପେଟିଏମ୍ ପ୍ରତିଷ୍ଠାତା ତଥା ସିଇଓ ବିଜୟ ଶେଖର ଶର୍ମା । ଗତ ଡିସେମ୍ବର ୧ ତାରିଖରେ ସେ ଆର୍ମଡ୍ ଫୋର୍ସେସ୍ ଫ୍ଲାଗ୍ ଡେ ଲାଗି ୫୦୦ ଟଙ୍କା ଦାନ କରି ସେହି ଦାନ ସଂପର୍କରେ ଟ୍ଵିଟ୍ଟରରେ ଲେଖିଥିଲେ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ସେ ସେଥିରେ ଟ୍ୟାଗ୍ କରିଦେଇଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ଟ୍ଵିଟ୍ଟରରେ ବ୍ୟାପକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ବିଲିୟନ ଡଲାର କମ୍ପାନିର ସିଇଓ ସେନାବାହିନୀକୁ ମାତ୍ର ୫୦୧ ଟଙ୍କା ଦାନ କରିବା ବେଶ ଲଜ୍ୟାଜନକ ବୋଲି ଅନେକ ଟ୍ଵିଟ୍ଟର ବ୍ୟବହାରକାରୀ ମତ ଦେଇଛନ୍ତି । ଆଉ କେତେକ ଏହାକୁ ପ୍ରଚାର କରିବାର ଏକ ଭଲ ଉପାୟ ବୋଲି କହିଛନ୍ତି । ଏକ ବଡ଼ ପରିମାଣ ଦାନ କରିଥିଲେ ଏତେ ପ୍ରଚାର ମିଳିନଥାନ୍ତା ବୋଲି ଉକ୍ତ ଟ୍ଵିଟ୍ଟର ବ୍ୟବହାରକାରୀ କହିଛନ୍ତି । କେତେକ ଲେଖିଛନ୍ତି ଯେ ଗତ ବର୍ଷ ବିମୁଦ୍ରାୟନ ଯୋଗୁଁ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିବା ଏହ ଦାନ ଦେଇ ସେନାବାହିନୀକୁ ଅପମାନ ଦେଇଛନ୍ତି ।
ତେବେ ଚାରିଆଡୁ ସମାଲୋଚନାର ଶରବ୍ୟ ହେବା ପରେ ଶେଖର ଆଜି ଆଉ ଥରେ ଦାନ ଦେଇଛନ୍ତି । ଏଥର ସେ ୨୧ ହଜାର ଟଙ୍କା ସେନାବାହିନୀ ଫ୍ଲାଗ୍ ଡେକୁ ଦାନ କରିଛନ୍ତି । ତଥାପି ସମାଲୋଚନା ବନ୍ଦ ହୋଇନାହିଁ । ଏକ ବଡ଼ କମ୍ପାନିର ସିଇଓ ହୋଇ ମୋଟା ଦରମା ନଉଥିବା ବ୍ୟକ୍ତି ପ୍ରାୟ ୫-୬ ଲକ୍ଷ ଟଙ୍କା ଦାନ କରିବା ଉଚିତ ବୋଲି ଜଣେ ଟ୍ଵିଟ୍ଟରାଟି ମତ ଦେଇଛନ୍ତି ।