୨୫,୦୦୦କୋଭିଡ -୧୯ ଟେଷ୍ଟିଙ୍ଗ କିଟ୍ ଦେବା ସହ ୫ନିୟୁତ ଲୋକଙ୍କୁ ଖାଦ୍ୟ ଯୋଗାଇବ ପେପସିକୋ

ମୁମ୍ବାଇ : ବିଶ୍ବରେ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବା ସହ ହଜାର ହଜାର ଲୋକଙ୍କ ଜୀବନ ନେଇ ସାରିଛି | ଏହି ସଙ୍କଟ ସମୟରେ ରାଜନେତା, ବଲିଉଡର କଳାକାର, କ୍ରୀଡ଼ାବିତ୍ ଏବଂ ଶିଳ୍ପପତିମାନେ ଆର୍ଥିକ ସହାୟତା ଘୋଷଣା କରିଥିବାବେଳେ ପେପସିକୋ ଇଣ୍ଡିଆ ଏହାର ଦାନକାରୀ ସଂସ୍ଥା ପେପସିକୋ ଫାଉଣ୍ଡେସନ୍ ସହିତ ମିଶି କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି।

ବର୍ତ୍ତମାନ ପେପସିକୋ ଇଣ୍ଡିଆ ୨୫,୦୦୦କୋଭିଡ -୧୯ ଟେଷ୍ଟ କିଟ୍ ସହ ୫ନିୟୁତ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇବ ବୋଲି କମ୍ପାନୀ ସୋମବାର ଏକ ବିବୃତ୍ତି ଜାରି କରିଛି, ଯେଉଁଥିରେ ରନ୍ଧା ଖାଦ୍ୟ ବଣ୍ଟନ ପାଇଁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ସହଭାଗୀତା ହୋଇଥିବା କୁହାଯାଇଛି। ଏହା ସହ ପେପସିକୋ ସ୍ମାଇଲ ଫାଉଣ୍ଡେସନ ସହ ମିଶି ପ୍ରାୟ ୮,୦୦୦ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇବ ବୋଲି ଜଣା ପଡିଛି |

PepsiCo está contratando pelo mundo | Vagas pelo Mundo
Vagas pelo Mundo

ପେପସିକୋ ଇଣ୍ଡିଆ ୨୫,୦୦୦ କୋଭିଡ-୧୯ ପରୀକ୍ଷଣ କିଟ୍ ଯୋଗାଇବା ପାଇଁ ଫାଉଣ୍ଡେସନ୍ ଅଫ୍ ଇନୋଭେଟିଭ୍ ନ୍ୟୁ ଡାଇଗ୍ନୋଷ୍ଟିକ୍ (ଫାଇଣ୍ଡ) ସହିତ ସହଭାଗୀତା କରିଥିବା କହିଛି | ଲାବୋରେଟୋରୀକୁ ମଜବୁତ କରିବା ଏବଂ ଡାଇଗ୍ନୋଷ୍ଟିକ୍ ଟେକ୍ନୋଲୋଜି ମୂଲ୍ୟାଙ୍କନ ପାଇଁ ଫାଇଣ୍ଡ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (ଡବ୍ଲୁଏଚଓ) ସହଯୋଗ କେନ୍ଦ୍ର | ଏହା ଭାରତ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥାଏ। ଏହି ପରୀକ୍ଷଣ କିଟ୍ ଗୁଡିକ ଭାରତ ସରକାରଙ୍କ ଦ୍ୱାରା ଚିହ୍ନିତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟସେବା ଲାବୋରେଟୋରୀଗୁଡିକରେ ନିୟୋଜିତ ହେବ ବୋଲି କମ୍ପାନୀ କହିଛି।

ସମ୍ବନ୍ଧିତ ଖବର