‘ପୋକେମନ୍ ଗୋ’ ଗେମ୍ ଖେଳିବାକୁ ସେନାକୁ ଦିଆଗଲା ନିର୍ଦ୍ଦେଶ

କାନାଡ଼ା: ‘ପୋକେମନ୍ ଗୋ’ ଗେମ୍ ଅଧିକାଂଶ ପିଲାମାନେ ଖେଳିଛନ୍ତି | ଏବେ ଏହି ଲୋକପ୍ରିୟ ଗେମ୍ ଖେଳିବେ ସେନା ଅଧିକାରୀ | କାନାଡ଼ା ସେନା ପକ୍ଷରୁ ଏହାର ଅଧିକାରୀମାନଙ୍କୁ ଏହି ଭିଡିଓ ଗେମ ଖେଳିବାକୁ ନିର୍ଦ୍ଦେଶ ଦିଆଯାଇଛି | କିଛି ଗୋପନୀୟ ଦସ୍ତାବିଜରୁ ଏହି ନିର୍ଦ୍ଦେଶନାମା ବାବଦରେ ଜଣାପଡିଛି | ୨୦୧୬ ମସିହାରେ ଏହି ଭିଡିଓ ଗେମ ଆସିଥିବାବେଳେ ଏହାକୁ ନେଇ କାନାଡ଼ା ସୈନ୍ୟ ଶିବିରମାନଙ୍କରେ ସମସ୍ୟା ବଢିଯାଇଥିଲା | ସୈନ୍ୟ ଶିବିରମାନଙ୍କରେ ସାଧାରଣ ଲୋକଙ୍କର ଅବାଧ ପ୍ରବେଶ ବଢିଥିଲା | ଯାହାକୁ ଦେଖି ଏବେ ଖୋଦ ସେନାର ଅଧିକାରୀମାନଙ୍କୁ ଏହି ଗେମ ଖେଳିବାକୁ ନିର୍ଦ୍ଦେଶ ଦିଆଯାଇଛି | ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଯେ ଅବାଧ ପ୍ରବେଶ ଓ ସେନା ଅଧିକାରୀଙ୍କ ଖେଳିବା ପଛରେ କ’ଣ ରହସ୍ୟ ରହିଛି |

photo-the journal pioneer

ପ୍ରକୃତରେ ପୋକମନ ଗୋ ଭିଡିଓ ଗେମ ଜିପିଏସ ଓ ଅଗମେଣ୍ଟେଡ ବାସ୍ତବତା ଉପରେ ଆଧାରିତ ହୋଇଥାଏ | ଅର୍ଥାତ ଏହି ଗେମ ଖେଳିବାବେଳେ କ୍ୟାମେରା ଅନ ରଖିବାକୁ ପଡିଥାଏ | ଏହି ଗେମ ଡିଜିଟାଲ ଟେକ୍ନୋଲୋଜିକୁ ବାସ୍ତବିକ ଦୁନିଆ ସହ ଯୋଡ଼ିଦେଇଥାଏ | ଅର୍ଥାତ ଗେମ ଖେଳିବା ବେଳେ ମୋବାଇଲ ପରଦାରେ ସେହି ଦୁନିଆ ଦେଖାଯାଇଥାଏ ଯାହାକି ତା ଆଖି ସାମ୍ନାରେ ଥାଏ | ଗେମ ଖେଳାଳି ଆଖପାଖ ଅଂଚଳରେ ବୁଲିବୁଲି ପୋକେବଲସ, ପୋକଜିମ ଓ ପୋକମନକୁ ଖୋଜିଥାଏ | ପୋକେବଲସ, ପୋକଜିମ ଓ ପୋକମନ ଏହି ଭିଡିଓ ଗେମ ପାଇଁ ତିନିଜଣ ଚରିତ୍ର ହୋଇଥାନ୍ତି |

ଏହି ଗେମର ଏଭଳି କିଛି ବୈଶିଷ୍ଟ୍ୟ କାନାଡ଼ା ସେନା ପାଇଁ ସମସ୍ୟା ଆରମ୍ଭ କରିଦେଇଥିଲା | ୨୦୧୬ ମସିହାରେ ଏହି ଗେମ ଲଞ୍ଚ ହେବା ସହ ସମ୍ବେଦନଶୀଳ ଅଂଚଳରେ ସାଧାରଣ ଲୋକ(ଗେମ ଖେଳାଳି) ଅବାଧ ପ୍ରବେଶ କରିଥିଲେ | ପ୍ରକୃତରେ ଖେଳାଳିମାନେ ପୋକମନ ଚରିତ୍ରକୁ ଖୋଜି ଖୋଜି ସମ୍ବେଦନଶୀଳ ଅଂଚଳରେ ପହଂଚିଯାଇଥିଲେ | ଏହା ଜଣାପଡିବା ପରେ ସେନା ପକ୍ଷରୁ ଏହି ଚରିତ୍ରମାନଙ୍କ ସ୍ଥାନ ବାବଦରେ ଜାଣିବା ପାଇଁ ସୈନ୍ୟ ଶିବିର ଆଖପାଖରେ ଖେଳିବା ପାଇଁ ତିନିଜଣ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି | ସେମାନଙ୍କୁ ଏହି ଗେମ ଖେଳିବାରେ ସାହାଯ୍ୟ କରିବା ପାଇଁ ୧୨ ବର୍ଷର ଜଣେ ବାଳକକୁ ମଧ୍ୟ ନିୟୋଜିତ କରାଯାଇଛି | ଏହି ପିଲାଟି ଗେମ ଖେଳିବାରେ ମାହିର ହୋଇଥିବା ଜଣାପଡ଼ିଛି |

ସମ୍ବନ୍ଧିତ ଖବର