ଏହି ଭୋଜପୁରୀ ଅଭିନେତାଙ୍କୁ ଟୁଇଟ୍‌ରରେ ଫଲୋ କଲେ ମୋଦୀ

ନୂଆଦିଲ୍ଲୀ : ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସୋସିଆଲ ମିଡିଆ ଜରିଆରେ ସେ ବିଭିନ୍ନ ଅବସରରେ ଜନତାଙ୍କୁ ଶୁଭେଚ୍ଛା ଦେବା ସହ ସମସ୍ତଙ୍କ ସମସ୍ୟାର ସମାଧାନ କରିଥାନ୍ତି । କିନ୍ତୁ ଏବେ ମୋଦୀ ଜଣେ ଭୋଜପୁରୀ ଅଭିନେତାଙ୍କୁ ନିଜ ଆଡ଼ୁ ଫଲୋ କରିଥିବା ବେଳେ ଖବରଟି ଚର୍ଚ୍ଚାରେ ବିଷୟ ପାଲଟିଛି । ଏ ନେଇ ଅଭିନେତା ମୋଦୀଙ୍କୁ ଧନ୍ୟବାଦ୍‌ ମଧ୍ୟ ଜଣାଇଛନ୍ତି ।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଭୋଜପୁରୀ ଅଭିନେତା ନିର୍‌ହୁଆଙ୍କୁ ନିଜ ଟୁଇଟ୍‌ର ଆକାଉଣ୍ଟରୁ ଫଲୋ କରିଥିଲେ । ଏ ବିଷୟରେ ଜାଣିବା ପରେ ନିରୁହୁଆ ଖୁସିରେ ଗଦ୍‌ଗଦ୍‌ ହୋଇଯିବା ସହ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଟୁଇଟ୍‌ କରି, ଧନ୍ୟବାଦ୍‌ କହିବା ପାଇଁ ଶବ୍ଦ କମ ପଡ଼ୁଛି । ପୂଜ୍ୟନୀୟ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ୍‌ । ଆପଣଙ୍କ ଆର୍ଶୀବାଦ୍‌ ପାଇ ମୁଁ ଧନ୍ୟ ହୋଇଗଲି ବୋଲି ଲେଖିଥିଲେ ନର୍‌ହୁଆ ।

Image result for pm-modi-follows-dinesh-lal-yadav-nirhua-on-twitter
Times of India

ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପିରେ ସାମିଲ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନିର୍‌ହୁଆ । ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ସଫଳତା ମିଳି ପାରି ନଥିଲା ।

ସମ୍ବନ୍ଧିତ ଖବର