ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଉଦ୍‌ଘାଟିତ : ପ୍ରଧାନମନ୍ତ୍ରୀ କହିଲେ, ଦେଶର ଇତିହାସର ଏକ ଉଲ୍ଲେଖଯୋଗ୍ୟ ମୁହୂର୍ତ୍ତ

ବଡ଼ୋଦରା: ଭାରତ କେବଳ ନିଜ ଲାଗି ନୁହେଁ ସମସ୍ତଙ୍କ ଲାଗି ଗଗନଚୁମ୍ବୀ ପ୍ରେରଣା ସୃଷ୍ଟି କରିଛି ବୋଲି ବୁଧବାର ପୂର୍ବାହ୍ନରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ୧୪୩ତମ ଜୟନ୍ତରୀ ଅବସରରେ ତାଙ୍କର ୧୮୨ ମିଟର୍‌ବିଶିଷ୍ଟ ବିଶ୍ୱର ସର୍ବୋଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରି କହିଛନ୍ତି।

ନର୍ମଦା ନଦୀକୂଳରେ ଆୟୋଜିତ ଉଦ୍‌ଘାନଟନୀ ସମାରୋହରେ ପ୍ରାଧନମନ୍ତ୍ରୀ ମୋଦି ଏକ ଲିଭର୍‌ ଟାଣି ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ୍‌ଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ।

ଭାରତର ପରିଚୟ ସୃଷ୍ଟି କରିବାକୁ ଯେଉଁ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ କଠିନ କାମ କରିଥିଲେ ତାଙ୍କ ପ୍ରତି ଦିଆ ଯାଇ ନ ଥିବାରୁ ଜାତି ଉଦ୍ଦେଶ୍ୟରେ ଏହି ପ୍ରତିମାକୁ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ଏହାକୁ ଦେଶର ଇତିହାସର ଏକ ଉଲ୍ଲେଖଯୋଗ୍ୟ ମୁହୂର୍ତ୍ତ ବୋଲି କହିଥିଲେ।

ଆଜିର ଦିବସ ଭାରତୀୟ ଇତିହାସରେ ସ୍ମରଣୀୟ ହୋଇ ରହିବ। କୌଣସି ଭାରତୀୟ ଏହାକୁ କେବେ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି।
ମୋଦି କହିଲେ: ମୁଁ ଗୁଜରାଟର ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲୁ। ମୂର୍ତ୍ତୀ ନିର୍ମାଣ କରିବାକୁ ଦେଶର ଲକ୍ଷ ଲକ୍ଷ ଚାଷୀ ସେମାନଙ୍କର ଲଙ୍ଗଳ ଓ ମାଟି ପ୍ରଦାନ କରି ଗଣ ଆନ୍ଦୋଳନ ଆରମ୍ଭ କରିଥିଲେ।


୧୯୪୭ ମସିହାରେ ଦେଶ ବିଭାଜନ ହେବା ପରେ ଗଡ଼ଜାତ ରାଜ୍ୟଗୁଡ଼ିକୁ ଭାରତୀୟ ସଂଘରେ ସାମିଲ କରିବାକୁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଟେଲ୍‌ଙ୍କ ନିମେନ୍ତ ଏହି ୨, ୩୮୯ କୋଟି ମୂଲ୍ୟ ପ୍ରତିମୂର୍ତ୍ତି ଏକ ଶ୍ରଦ୍ଧାଞ୍ଜଳି।

ଉଦ୍ଘାଟନ ପରେ ପରେ ଭାରତୀୟ ବାୟୁସେନାର ୩ଟି ‘କିରଣ’ ବିମାନ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଚାରିପଟ ଆକାଶରେ ତ୍ରିରଙ୍ଗ ବିଚ୍ଛୁରଣ କରିଥିଲେ।
ଏହି ଉଦ୍‌ଘାଟନୀ ଉତ୍ସବରେ ସମବେତ ଜନତାଙ୍କୁ ପ୍ରଥମେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟଭାଇ ରୁପାନି ନିଜର ଅଭିଭାଷଣ ପ୍ରଦାନ କରିବା ସହ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପାଇଁ ପ୍ରଶସ୍ତିପତ୍ର ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ନର୍ମଦା ଜିଲ୍ଲା ଚାରିପଟେ ଅପୂର୍ବ ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା।

ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଦାବି କରି ଛୋଟୁ ଓ୍ଵାସଓ୍ଵାଙ୍କ ନେତୃତ୍ୱରେ ଦଳେ ଆଦିବାସୀ ବିଦ୍ରୋହ କରିବାରୁ ପୁଲିସ ପୂର୍ବରୁ ଚିନ୍ତିତ ଥିଲା। ପ୍ରକଳ୍ପକୁ ବିରୋଧ କରି ରାଜ୍ୟରେ କେତେଗୁଡ଼ିଏ ପ୍ରତିବାଦ ଏବଂ ଛୋଟମୋଟ ହିଂସାକାଣ୍ଡ ଉପୁଜିଛି।

ଜଣେ ଆଡିସ୍‌ନାଲ୍‌ ଡିଜି, ଜଣେ ଆଇଜି, ପାଞ୍ଚ ଜଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌, ୩୦ ଜଣ ଡିଏସ୍‌ପି, ୬୭ ଜଣ ପୁଲିସ ଇନ୍‌ସ୍‌ପେକ୍ଟର୍‌, ୩୧୭ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍ସ ଏବଂ ୨୮ ଜଣ ବାଇକ୍‌ ଆରୋହୀ ପୁଲିସ ଉଦ୍‌ଘାଟନସ୍ଥଳୀର ବିଭିନ୍ନ ଆଡ଼େ ଛାଇ ହୋଇ ରହିଥିଲେ। ୬ଟି ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମୁତୟନ କରାଯାଇଥିଲା।

ପ୍ରାୟ ୨୦ ସରିକି ଡ୍ରୋନ୍‌ ଉଦ୍‌ଘାଟନୀସ୍ଥଳୀ ଏବଂ ତା’ର ସନ୍ନିକଟ ଅଞ୍ଚଳ ଆକାଶରେ ପଇନ୍ତରା ମାରୁଥିଲେ। ପ୍ରତିବାଦକାରୀମାନେ ବନ୍ଦ ଡାକରା ଦେଇଥିବା ବେଳେ ଆଦିବାସୀମାନଙ୍କ ଆଜି ଘରେ ରୋଷେଇବାସ କରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର