୮୦ କୋଟି ଭାରତୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ଖର୍ଚ ହେବ ୯୦ହଜାର କୋଟି

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ୱୋଧିତ କରି ଅନଲକ-୨ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ଲକଡାଉନ ସମୟରେ କେନ୍ଦ୍ର ସରକାର ଦେଶର ଗରିବଙ୍କ ପାଇଁ  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଲକଡାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ। ଗତ ୩ମାସ ମଧ୍ୟରେ ୨୦କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି | ଏଥିସହ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮୦୦୦ କୋଟି ଜମା ହୋଇଛି |

India's covid-19 fight people-driven: PM Narendra Modi
Livemint

ବର୍ତ୍ତମାନର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯାହାର ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ଆସନ୍ତା ପାଞ୍ଚ ମାସ ପାଇଁ ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ। ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ | ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି। ଆଜି ଯଦି ସରକାର ଗରିବ ଏବଂ ଅସହାୟ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବାରେ ସକ୍ଷମ, ତେବେ ଏହାର ଶ୍ରେୟ ଦୁଇଟି ବିଭାଗକୁ ଯାଉଛି। ପ୍ରଥମତଃ, ଆମ ଦେଶର ପରିଶ୍ରମୀ କୃଷକ ଏବଂ ଦ୍ୱିତୀୟରେ, ସଚ୍ଚୋଟ କରଦାତା | ମୁଁ ଆପଣଙ୍କୁ ଏହି ଅବସରରେ ହୃଦୟରୁ ଧନ୍ୟବାଦ ଦେଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ |

ସମ୍ବନ୍ଧିତ ଖବର