ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ଣ ୪ ଘଟିକା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତା ପ୍ରଦାନ କରିବେ । ଅନ୍‌ଲକ୍‌-୨ର ଗାଇଡଲାଇନ୍‌ ଆଜି ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଯାଇଛି । ଠିକ୍‌ ଏହାର ପରେ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମ‌ୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଦେବାକୁ ଥିବା ବ‌ାର୍ତ୍ତା ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଦେଶର ସାମ୍ପ୍ରତିକ କରୋନା ପରିସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ସହ ପଡୋଶୀ ଚୀନ୍‌ ସହିତ ସୀମା ବିବାଦକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତିକ୍ତତା ସମ୍ପର୍କରେ ମଧ୍ୟ ସୂଚନା ଦେବା ସହ ଭାରତ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର