ମୋଦୀଙ୍କ ଦ୍ୱିତୀୟ ଶପଥ ପାଠ ସମୟରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ ଏହି ବଲିଉଡ୍‌ ବ୍ୟକ୍ତିତ୍ବ

ମୁମ୍ବାଇ: ଆଜି ସଂଧ୍ୟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ମୋଦୀ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ସଂଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି। ତେବେ, ମୋଦୀଙ୍କ ଏହି ଶପଥ ପାଠ ଉତ୍ସବରେ ବହୁ ବଲିଉଡ୍‌ ବ୍ୟକ୍ତିତ୍ବ ଉପସ୍ଥିତ ଥିଲେ।

କଙ୍ଗନା ରାଣାଓ୍ଵତ, ବିବେକ ଓବରଏ, କରଣ ଜୋହର ଓ ସାହିଦ କପୁର, ବୋନି କପୁର ପ୍ରମୁଖ ଉପସ୍ଥିତ ଥିଲେ ଶପଥ ପାଠ ଉତ୍ସବରେ।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବଲିଉଡ୍‌ର ବହୁ କଳାକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ପ୍ରଶଂସା କରିବା ସହ ଅଭିନନ୍ଦନ ବାର୍ତ୍ତା ଦେଇଥିଲେ।

photo- moneycontrol

ଶପଥ ପାଠ ଉତ୍ସବରେ ବଲିଉଡ୍‌ର ବହୁ କ୍ଷମତାଶାଳୀ ଓ ଲୋକପ୍ରିୟ ବ୍ୟକ୍ତିତ୍ୱ ମୋଦୀଙ୍କ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବେ ବୋଲି ଜାଣିବାକୁ ମିଳିଛି।

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଶାହାରୁଖ ଖାନ, ସଞ୍ଜୟ ଲୀଲା ଭଂସାଲୀ, ରଜନୀକାନ୍ତ, କମଲ ହସନ, ସାଇନା ନେହଓ୍ଵାଲ୍‌, ରାହୁଲ ଦ୍ରାବିଡ ଆଦିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

ସମ୍ବନ୍ଧିତ ଖବର