ମୋଦିଙ୍କୁ ଟକ୍କର ଦେଇ ସାମ୍ବାଦିକ ସମ୍ମିଳନୀ କଲେ ରାହୁଲ, ପଚାରିଲେ ଆପଣ ମୋ ସହିତ ରାଫେଲ ପ୍ରସଙ୍ଗରେ ବିତର୍କ କରିଲେନି କାହିଁକି ?

ନୂଆଦିଲ୍ଲୀ: ଚଳିତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଆଉ ଏହି ନିର୍ବାଚନୀ ପ୍ରଚାରର ଶେଷ ଦିନ ଆପେ ଆପେ ପାଲଟି ଯାଇଛି ଐତିହାସିକ ଦିନ । କାହିଁକି ନା ଯାହା ଗତ ୫ ବର୍ଷ ମଧ୍ୟରେ ଦେଖିବାକୁ ମିଳି ନଥିଲା, ତାହା ନିର୍ବାଚନୀ ପ୍ରଚାରର ଶେଷ ଦିନରେ ହିଁ ଦେଖିବାକୁ ମିଳିଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟେଲିଭିଜନ ସ୍କ୍ରିନରେ ସାମ୍ନାସାମ୍ନି ହୋଇଛନ୍ତି। ଉଭୟ ଆଜି ସମ୍ବାଦିକ ସମ୍ମିଳନୀ କରିଛନ୍ତି, ତାହା ପୁଣି ଏକା ସମୟରେ। ତେବେ ଏହି ପ୍ରରିପେକ୍ଷୀ ମୋଦିଙ୍କୁ ରାହୁଲ ଗାନ୍ଧୀଙ୍କର ପ୍ରଶ୍ନ ରହିଥିଲା କି, ପ୍ରଧାନମନ୍ତ୍ରୀଜୀ, ଆପଣ ମୋ ସହିତ ରାଫେଲ ପ୍ରସଙ୍ଗରେ ବିତର୍କ କରିଲେନି କାହିଁକି ?

ନିର୍ବାଚନୀ ପ୍ରଚାର ଶେଷ ହେବାର ଠିକ୍‌ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଦେଖିବାକୁ ମିଳିଥିଲା । ବଡ କଥା ହେଲା କି, ଗତ ୫ ବର୍ଷ ମଧ୍ୟରେ ଏହା ଥିଲା ପ୍ରଥମ ଘଟଣା ଯେଉଁଥିରେ କି ପ୍ରଧାନମନ୍ତ୍ରୀ କୌଣସିସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବେ । ତେବେ ଯେଉଁ ସମୟରେ ପ୍ରଧାନମନ୍ତ୍ରୀଙ୍କର ସମ୍ବାଦିକ ସମ୍ମିଳନୀ ଚାଲିଥିଲା ଠିକ୍‌ ସେହି ସମୟରେ ଅନ୍ୟ ପଟରେ ରାହୁଲ ଗାନ୍ଧୀଙ୍କର ବି ସମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଯାଇଥିଲା । ସମ୍ମିଳନୀ ଆରମ୍ଭ ହେବା କ୍ଷଣି ହିଁ ରାହୁଲ କହିଥିଲେ କି, ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ କୌଣସି ସାମ୍ବାଦିକ ସମ୍ମିଳନୀ କରିଛନ୍ତି, ବହୁତ ଭଲ ।

India Today

ରାହୁଲ ଆହୁରି ମଧ୍ୟ କହିଥିଲେ କି, ନିର୍ବାଚନୀ ଫଳାଫଳ ଆସିବାର ପାଞ୍ଚ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ଯାହାକି ବହୁତ ଭଲ କଥା । କିନ୍ତୁ ମୁଁ ଜାଣିବାକୁ ପାଇଲି କି ଖୋଦ ପ୍ରଧାନମନ୍ତ୍ରୀ ଏହି ସମ୍ବାଦିକ ସମ୍ମିଳନୀ କରୁ ନାହାଁନ୍ତି ବରଂ ସେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି। କିନ୍ତୁ ସେଠାରେ ତ କବାଟ ହିଁ ବନ୍ଦ କରି ଦିଆଯାଇଥିଲା । କିଛି ସାମ୍ବାଦିକଙ୍କୁ ସେଠାରେ ପଶିବାକୁ ବି ଅନୁମତି ଦିଆଯାଇ ନଥିଲା । କେବଳ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବରଂ ସେ ‘ବାଦଲ’ ବାଲା ବୟାନ ଉପରେ ମଧ୍ୟ କମେଂଟ କରିଥିଲେ । ରାହୁଲ କହିଛନ୍ତି କି ବାଲାକୋଟ ଏୟାରଷ୍ଟ୍ରାଇକ ପ୍ରସଙ୍ଗରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ବାଦଲ କଥା କହୁଥିଲେ । ବାଃ, ବହୁତ ବଢିଆ ପ୍ରଧାନମନ୍ତ୍ରୀଜୀ ।

Mango News

ରାହୁଲ କହିଛନ୍ତି କି, ମୁଁ ତ ଭାବିଥିଲି ୨ରୁ୩ ଜଣ ସାମ୍ବାଦିକଙ୍କୁ ମୋଦିଙ୍କ ସାମ୍ବାଦିକ ସମ୍ମିଳନୀରେ ପଠାଇବି କିନ୍ତୁ ଜାଣିବାକୁ ପାଇଥିଲି କି ସେଠାରେ ତ କବାଟ ହିଁ ବନ୍ଦ ରହିଥିଲା । ମୁଁ ମୋଦିଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି କି, ପ୍ରଧାନମନ୍ତ୍ରୀଜୀ, ମୋ ସହ ରାଫେଲ ପ୍ରସଙ୍ଗରେ କାହିଁକି ବିତର୍କ କଲେ ନାହିଁ କାହିଁକି? ଆପଣ ବର୍ତ୍ତମାନ ସମ୍ବାଦିକ ସମ୍ମିଳନୀ କରୁଛନ୍ତି, ଆପଣ ଆଜି  ଦେଶକୁ କହି ଦିଅନ୍ତୁ କି ଆପଣ ମୋ ସହ କାହିଁକି ବିତର୍କ କଲେ ନାହିଁ ।

ସମ୍ବନ୍ଧିତ ଖବର