ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଦକ୍ଷତା ଆକର୍ଷଣୀୟ; ଶ୍ରୋତାଙ୍କୁ ନିୟନ୍ତ୍ରଣ କରି ପାରନ୍ତି: ନାନ୍‌ସି ପିଲୋସି

ଓ୍ଵାସିଂଟନ୍‌ ଡିସି: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌ସ୍‌ର ବାଚସ୍ପତି ନାନ୍‌ସି ପିଲୋସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଦେବା ଦକ୍ଷତାକୁ ପ୍ରସଂଶା କରି କହିଛନ୍ତି ଯେ ଏଇ ଭାରତୀୟ ନେତାଙ୍କ ବାଗ୍ମୀତା ଆକର୍ଷଣୀ ଏବଂ ସେ ଲୋକମାନଙ୍କୁ ନିୟନ୍ତ୍ରଣ କରିପାରନ୍ତି।

ଆମେରିକା- ଭାରତ ଷ୍ଟ୍ରଟେଜିକ୍‌ ପାର୍ଟନର୍‌ସିପ୍‌ ଫୋରମ୍‌ ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜନ୍‌ ଚାମ୍ବର୍ସଙ୍କ ସହ କଥାବାର୍ତ୍ତା କରିବାବେଳେ ସେ କହିଲେ: ରାଷ୍ଟ୍ରପତି ଓବାମାଙ୍କ ସହ ଭାରତ ଗସ୍ତ କରିବାର ସୁଯୋଗ ପାଇଥିଲି। ବ୍ୟବସାୟୀ ସମ୍ପ୍ରଦାୟଙ୍କ ସହ ରାଷ୍ଟ୍ରପତି ଓବାମା ଏବଂ ପ୍ରଧାନମନ୍ତ୍ରୀ ମୋଦୀ କଥାବାର୍ତ୍ତା ପରେ ଆମେ ଯେଉଁ କୋଠରିକୁ ଗଲୁ ସେଠାକୁ ଦୁଇ ନେତା ମଧ୍ୟ ଗଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଚମତ୍କାର ଭାଷଣ ଦେଲେ, ସେ ଭଳି ଭାଷଣ ମୁଁ କେବେ ଶୁଣି ନ ଥିଲି।

Image Source: Zee News

ନିଜକୁ ମହାତ୍ମା ଗାନ୍ଧୀଙ୍କର ଜଣେ ଉପାସିକା ବୋଲି କହନ୍ତି ନାନ୍‌ସି। ଗୋଟିଏ ଘଟଣା ସ୍ମରଣ କରି ସେ କହିଲେ: ୧୯୫୦ ମସିହା ବେଳକୁ ମୁଁ ସ୍କୁଲ୍‌ରେ ଗୋଟାଏ ହ୍ୟାଟ୍‌ (ଟୋପି) ପିନ୍ଧିଥିଲି। ଜଣେ ନନ୍‌ ମତେ ପଚାରିଲେ- କ’ଣ ନିଜକୁ ମହାତ୍ମା ଗାନ୍ଧୀ ବୋଲି ଭାବୁଛୁ? ମୋର ଏ ବିଷୟରେ କୌଣସି ଧାରଣା ନ ଥିଲା। ମୁଁ ପାଠାଗାରକୁ ଯାଇ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଗୁଡ଼ାଏ ବହି ଦେଖିଲି। କଲେଜ ବେଳେ ମୁଁ ଶ୍ରେଣୀରେ ବରାବର ମହାତ୍ମା ଗାନ୍ଧୀଙ୍କ ବିଷୟରେ ସମସ୍ତ ପୁସ୍ତକ ପାଉଥିଲି। ତାଙ୍କ ବିଷୟରେ ମୁଁ ଅଧିକରୁ ଅଧିକ ଜାଣିଲି। ମହାତ୍ମା ଗାନ୍ଧୀ ପୀଠରେ ମୁଁ ଉପାସନା କଲି।

ସମ୍ବନ୍ଧିତ ଖବର