ନୂଆଦିଲ୍ଲୀ: ନିରବ ମୋଦି ଠକେଇ ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ଆଉ କିଛି ବ୍ୟାଙ୍କମାନଙ୍କର ମୋଟ ୧୧,୪୦୦ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଥିବାବେଳେ ପ୍ରକୃତ କ୍ଷତି ପରିମାଣ ଏହାଠାରୁ ଅଧିକ ହେବ ବୋଲି ଆୟକର ବିଭାଗ ଅଟକଳ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପଂଜାବ ନ୍ୟାସନାଲ ବ୍ୟାଙ୍କର ବେଆଇନ ଲେଟର ଅପ କ୍ରେଡିଟ୍ ଦେଖାଇ ନିରବ ମୋଦିଙ୍କ କମ୍ପାନି ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୧,୪୦୦ କୋଟି ଟଙ୍କାର ଋଣ ଉଠାଇଛି । ଏହା ମଧ୍ୟରୁ ଆହ୍ଲାବାଦ ବ୍ୟାଙ୍କରୁ ୪୦୦୦ କୋଟି, ଆକ୍ସିସ ବ୍ୟାଙ୍କରୁ ୩୦୦୦ କୋଟି, ୟୁନିୟନ ବ୍ୟାଙ୍କରୁ ୧,୯୧୫ କୋଟି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୧,୩୬୦ କୋଟି ଟଙ୍କାର ଋଣ ନେଇଛି । ଆହ୍ଲାବାଦ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର ହଂକଂ ଶାଖାରୁ ଏହି ଋଣ ଉଠାଯାଇଛି ।
ଅନ୍ୟପକ୍ଷରେ ଏହି ସ୍କାମ ଖବର ପ୍ରଘଟ ହେବା ପରେ ବ୍ୟାଙ୍କଗୁଡିକର ସେୟାର ମୂଲ୍ୟ ଖସି ଚାଲିଛି । ଫଳରେ ଏହି ଦିଗରୁ ମଧ୍ୟ ବ୍ୟାଙ୍କଗୁଡ଼ିକ କ୍ଷତି ସହିଚାଲିଛନ୍ତି । ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବ୍ୟାଙ୍କ ଗୁଡ଼ିକ ଆଗକୁ ଆହୁରି ଅନେକ କ୍ଷତି ସହିବାର ଆଶଙ୍କା କରାଯାଉଛି ।