ପିଓକେରୁ ଜେକେଏଲ୍‌ଏଫ୍‌ର ହଜାର ହଜାର କର୍ମୀ ପ୍ରତିବାଦ ଶୋଭାଯାତ୍ରାରେ ଏଲ୍‌ଓସି ମୁହାଁ; ସୀମାନ୍ତରେ ଉତ୍ତେଜନା

ଶ୍ରୀନଗର: ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଘଟଣାରେ ପ୍ରବିଦାଦ ଜଣାଇବା ଉଦ୍ଦେଶ୍ୟରେ ଜମ୍ମୁ କଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲ୍‌ଏଫ୍‌)ର ସହସ୍ରାଧିକ କର୍ମୀ ଓ ସମର୍ଥକ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ବାହାରିଛନ୍ତି।

ଏଲ୍‌ଓସି ଅଭିମୁଖେ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିବା ଜେକେଏଲ୍‌ଏଫ୍‌ର କର୍ମୀ ଓ ସମର୍ଥକମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି କଶ୍ମୀର ମଧ୍ୟରେ ପ୍ରବେଶ କରିବାକୁ ଯୋଜନା ରଖିଥିବାରୁ ଏହାକୁ ନେଇ ସୀମାନ୍ତରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ, ଦୁଇଦିନ ତଲେ କଶ୍ମୀର ପ୍ରସଙ୍ଗରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ବିରୋଧରେ ‘ଜେହାଦ୍‌’ର ଧମକ ଦେବା ପରେ ଜେମେଏଲ୍‌ଏଫ୍‌ ପକ୍ଷରୁ ଆଜି ଏହି ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ହେଲେ, ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରତିବାଦ ଶୋଭାଯାତ୍ରାକାରୀମାନଙ୍କୁ ପରାମର୍ଶ ଦେଇ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ପ୍ରବେଶ ନକରିବାକୁ ଚେତାବନୀ ଦେଇଛନ୍ତି।

ଜେକେଏଲ୍‌ଏଫ୍‌ର ଏହି ସହସ୍ରାଧିକ ପ୍ରତିବାଦକାରୀ ପିଓକେର ରାଜଧାନୀ ମୁଜାଫରବାଦରୁ ନିୟନ୍ତ୍ରଣ ରେଖା ଅଭୁମୁଖେ ସେମାନଙ୍କର ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର