ନିତ୍ୟାନନ୍ଦଙ୍କ ଅନୁଗାମୀ ଆଣିଲେ ସଙ୍ଗୀନ ଅଭିଯୋଗ: ତଦନ୍ତ ଆଳରେ ଆଶ୍ରମରେ ପିଲାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଉଥିଲେ ତଦନ୍ତକାରୀ ଟିମ୍

ନୂଆଦିଲ୍ଲୀ: ଦୁଷ୍କର୍ମ, ଯୌନ ନିର୍ଯାତନା, ଅପହରଣ ଆଦି ବହୁବିଧ ଜଘନ୍ୟ ଅପରାଧରେ ସଂପୃକ୍ତ ଥାଇ ଦେଶ ଛାଡ଼ି ପଳାତକ ସାଜିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ଉପରେ ସଙ୍ଗୀନ୍‌ ଅଭିଯୋଗ ଲାଗିଛି। ତଦନ୍ତ ସମୟରେ ଆଶ୍ରମରେ ଥିବା ପିଲାମାନଙ୍କୁ ତଦନ୍ତକାରୀ ଟିମ୍ ପର୍ଣ୍ଣ (ଅଶକ୍ ଭିଡିଓ ଦେଖାଇଥିବାର ଅଭିଯୋଗ ହୋଇଛି। ଏ ନେଇ ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି)ର ସଦସ୍ୟଙ୍କ ସମେତ ୧୪ଜଣଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।

ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପୋସ୍କୋ ଅଧିନିୟମ ଅନୁଯାୟୀ ଏତଲା ରୁଜୁ କରାଯାଇଛି। ନିତ୍ୟାନନ୍ଦଙ୍କ ଅନୁଗାମୀ ଗିରିଶ ତୁର୍ଲାପାଟୀ ଏ ବିଷୟରେ ଜଣାଇ ଅଭିଯୋଗ କରିବା ପରେ ଏତଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ନ୍ୟୁଜ୍ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦ ନିକଟ ନିତ୍ୟାନନ୍ଦଙ୍କ ଆଶ୍ରମରେ ଏହି ଘଟଣା ଘଟିଛି। ଘଟଣାକୁ ନେଇ ମାର୍ଚ୍ଚ ୬ରେ ଅହମ୍ମଦାବାଦ ଜିଲ୍ଲାର ବିବେକାନନ୍ଦନଗର ପୁଲିସ ଷ୍ଟେସନରେ ଏତଲା ଦାଖଲ କରାଯାଇଥିଲା। ଉକ୍ତ ପୁଲିସ ଷ୍ଟେସନର ପୁଲିସ ଅଧିକାରୀମାନେ ହିଁ ନିତ୍ୟାନନ୍ଦଙ୍କ ବିରୋଧରେ ତିନିଜଣ ଶିଶୁଙ୍କୁ ଅପହରଣ କରିବାର ମାମଲା ଯାଞ୍ଚ କରୁଥିଲେ। ନିତ୍ୟାନନ୍ଦଙ୍କ ବିରୋଧରେ ନଭେମ୍ବର ୨୦୧୯ରେ ମାମଲା ଦାୟର କରାଯାଇଥିଲା।

Nithyananda ashram case
timesnownews.com

ନିତ୍ୟାନନ୍ଦଙ୍କ ଅନୁଗାମୀ ତୁର୍ଲାପତିଙ୍କ ପିଟିସନରେ ଅଭିଯୋଗ ହୋଇଛି ଯେ, ବିବେକାନନ୍ଦନଗର ଷ୍ଟେସନରୁ ଇନ୍ସପେକ୍ଟର ଆର.ବି ରାଣାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଆଶ୍ରମର ଅନ୍ତେବାସୀଙ୍କୁ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ। ଏଥିସହ ଶିଶୁ କଲ୍ୟାଣ କମିଟିର ସଦସ୍ୟମାନେ ମଧ୍ୟ ‘ଲଜ୍ଜାଜନକ’ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତୁର୍ଲାପାଟୀଙ୍କ ଅନୁଯାୟୀ, ଆଶ୍ରମରେ ଥିବା ପିଲାମାନଙ୍କୁ ଅଧିକାରୀମାନେ ମାନସିକ ନିର୍ଯାତନା ଦେଇଥିଲେ। ଅନୁସନ୍ଧାନକାରୀ ଦଳ ଦ୍ୱାରା ଝିଅମାନଙ୍କୁ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଦେଖାଯାଇଥିଲା। ଏହା ସହ ପୁଲିସ ଏବଂ ଶିଶୁ କଲ୍ୟାଣ କମିଟି ଅଧିକାରୀମାନେ ନିଜ ହିସାବରେ ବୟାନ ବାହାର କରିବା ପାଇଁ ଆଶ୍ରମରେ ପିଲାମାନଙ୍କୁ ଭାବପ୍ରବଣ କରାଇ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ।

ଅଭିଯୁକ୍ତ ପୁଲିସ ଅଧିକାରୀମାନେ ଇନ୍ସପେକ୍ଟର ରାଣା, ଡେପୁଟି ସୁପରିଟେଣ୍ଡଣ୍ଟ କେ.ଟି କାମାରିଆ, ରିୟାଜ ସାରୱାୟା ଏବଂ ଏସ୍ ଶାରଦା ବୋଲି ଚିହ୍ନଟ କରାଯାଇଥିବା ବେଳେ ଶିଶୁ କଲ୍ୟାଣ ସମିତି ପକ୍ଷରୁ ଅଧିକାରୀ ଦିଲୀପ ମେର ଏବଂ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଭା‌ବେଶ ପଟେଲ ତଦନ୍ତ ପାଇଁ ଯାଇଥିଲେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର