ମହାମାରୀ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ନିର୍ମାଣ କଲେ ଋଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭାଲାଦିମିର ପୁଟିନ ମହାମାରୀ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ(ଟନେଲ) ନିର୍ମାଣ କରିଛନ୍ତି। ଏହାଦ୍ୱାରା ରାଷ୍ଟ୍ରପତିଙ୍କ ସଂକ୍ରମିତ ହେବାର ଆଶଙ୍କା ବହୁ ମାତ୍ରାରେ ହ୍ରାସ ପାଇ ଯାଇଛି।

ଏହି ସୁଡ଼ଙ୍ଗ ମସ୍କୋ ବାହାରେ ଥିବା ଋଷ ରାଷ୍ଟ୍ରପତିଙ୍କ ବାସଭବନରେ ନିର୍ମାଣ କରାଯାଇଛି । ପୁଟିନଙ୍କୁ ସାକ୍ଷାତ ପାଇଁ ଲୋକମାନଙ୍କୁ ଏହି ସୁଢ଼ଙ୍ଗ ଦେଇ ଯିବା ପାଇଁ ବାଧ୍ୟତାମୂଳକ କରାଯାଇଛି ବୋଲି ଋଷ ସରକାରୀ ନ୍ୟୁଜ ଏଜେନ୍‌ସି ଆରଆଇଏ ପ୍ରକାଶ କରିଛି।

Disinfection tunnel' set up to protect Vladimir Putin from ...
The Guardian

ଏଜେନ୍‌ସି ସୁଡ଼ଙ୍ଗର ଯେଉଁ ଫୁଟେଜ ଜାରି କରିଛନ୍ତି, ସେଥିରେ ଦେଖିବାକୁ ମିଳୁଛି କି, ମାସ୍କ ପିନ୍ଧି ଯେଉଁ ଲୋକମାନେ ଏହି ସୁଡ଼ଙ୍ଗ ଦେଇ ଯାଉଛନ୍ତି, ସୁଢ଼ଙ୍ଗ ଛାତ ଓ ପାର୍ଶ୍ୱରୁ ଡିସ୍‌ଇନ୍‌ଫେକଟାଣ୍ଟେ ସ୍ପ୍ରେ କରାଯାଉଛି।

ଋଷ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏପ୍ରିଲରେ କହିଥିଲେ ଯେ, ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ଆସିଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହି ଖବର ପ୍ରଘଟ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏକ ମାସ ପରେ ନିଜେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ପେସ୍କୋଭ ସୂଚନା ଦେଇଥିଲେ।

ରାଷ୍ଟ୍ରପତ ଭାଲାଦିମିର ପୁଟିନଙ୍କ ବାସଭବନରେ ନିର୍ମିତ ଡିସ୍‌ଇନ୍‌ଫେକଟାଣ୍ଟେ ସୁଡ଼ଙ୍ଗକୁ ପାନଜା ସହରର ଏକ କମ୍ପାନି ଦ୍ୱାରା ନିର୍ମାଣ କରାଯାଇଛି। ଏହି ସୁଡ଼ଙ୍ଗ ମସ୍କୋ ବାହାରେ ରାଷ୍ଟ୍ରପତିଙ୍କ ବାସଭବନ ନୋଭୋ-ଓଗ୍ରୋୟୋଭୋରେ ନିର୍ମାଣ କରାଯାଇଛି। ଏହିଠାରେ ରାଷ୍ଟ୍ରପତି ଲୋକମାନଙ୍କୁ ଭେଟିଥାଆନ୍ତି।

Vladimir Putin's home has a walk-through disinfectant tunnel to ...
CNN.com

ଋଷ ନ୍ୟୁଜ୍‌ ଏଜେନ୍‌ସି ଅନୁଯାୟୀ, ସୁଡ଼ଙ୍ଗରେ ବ୍ୟବହୃତ ହେଉଥିବା ଡିସ୍‌ଇନ୍‌ଫେକଟେଣ୍ଟେ ଲୋକମାନଙ୍କ ଉପରେ ମେଘ ପରି ବର୍ଷା ହୋଇ ସେମାନଙ୍କ ପୋଷାକ ଏବଂ ଶରୀରର ପ୍ରତ୍ୟେକ ବାହ୍ୟ ଅଂଶ ଆଚ୍ଛାଦିତ ହୋଇ ଜୀବାଣୁ ନଷ୍ଟ କରିଦିଏ।

ଋଷରେ ଏ ପର୍ଯ୍ୟନ୍ତ ୫,୨୯,୦୦୦ରୁ ଅଧିକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଆମେରିକା ଏବଂ ବ୍ରାଜିଲ ପରେ ଏହା ତୃତୀୟ ସ୍ଥାନରେ ରହିଛି। ତେବେ ଏହି ରୋଗରେ ଏଯାବତ ୭,୨୮୪ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର